ନିଶ୍ଚିନ୍ତକୋଇଲି,୨୭ /୦୪/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା )ଏକ ଅଭାବନୀୟ ଘଟଣା କ୍ରମରେ ପୋଖରୀରେ ବୁଡି ଦୁଇଜଣ ଶିଶୁଙ୍କର ମୃତ୍ୟୁ ଘଟିଛି | ପ୍ରାପ୍ତ ବିବରଣୀ ରୁ ପ୍ରକାଶ ଯେ,ରାମକୃଷ୍ଣପୁର ଗ୍ରାମର ଦିଲ୍ଲୀପ ସାହୁ ଙ୍କ ପୁତ୍ର ଓ ତାଙ୍କ ଘରକୁ ଆସିଥିବା ଶାଳୀ ଙ୍କ ଝିଅ ଘର ନିକଟରେ ଥିବା ପୋଖରୀ ପାଖରେ ଖେଳୁଥିଲେ । ଖେଳୁ ଖେଳୁ ଉଭୟ ପାଣିରେ ଖସି ପଡି ବୁଡି ଯାଇଥିଲେ ।
ଉଭୟ ଙ୍କୁ ଖୋଜାଖୋଜି ପରେ ପରିବାର ଲୋକେ ତାଙ୍କୁ ପୋଖରୀରେ ଭାଷୁଥିବା ଦେଖି ପାଣିରୁ ଉଦ୍ଧାର କରି, ନିଶ୍ଚିନ୍ତକୋଇଲି ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇ ଥିଲେହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ, ପ୍ର।କ୍ତନ ଜିଲ୍ଲା ପରିଷଦ ସଦସ୍ୟ ରମେଶ ସ୍ୱାଇଁ, ଉପାଧ୍ୟକ୍ଷ ନୃସିଂହ ମିଶ୍ର ପ୍ରମୁଖ ମେଡିକାଲ ରେ ପହଁଞ୍ଚି ଦୁଃଖ ପ୍ରକାଶ କରିଥିଲେ । ଘଟଣା ନେଇ ଉଭୟ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକଶ କରିଥିବା ଜଣାଯାଇଛି |ମୁଖ୍ୟମନ୍ତ୍ରୀ ଉଭୟ ପରିବାର କୁ ୪ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ଘୋଷଣା କରିଛନ୍ତି ।