ମା ‘ ତାରିଣୀଙ୍କ ଚଇତି ପର୍ବ ତୃତୀୟ ଦିବସରେ ଘଟଗାଁ ଚଳଚଞ୍ଚଳ

ଘଟଗାଁ,୧୧/୦୪/୨୦୨୬ (ଓଡିଶା ସମାଚାର)- ଓଡ଼ିଶାର ପ୍ରସିଦ୍ଧ ଦେବୀ ଘଟଗାଁ ମା ‘ ତାରିଣୀ ଠାକୁରାଣୀଙ୍କର ଗତ ୯ ତାରିଖ ଠାରୁ ଆରମ୍ଭ ହୋଇଥିବା ଚଇତି ପର୍ବର ଆଜି ତୃତୀୟ ଦିବସରେ ମା’ଙ୍କର ଚିରାଚରିତ ପ୍ରଥା ଅନୁଯାୟୀ ପୂଜାର୍ଚ୍ଚନା ସହିତ ସମସ୍ତ ପୂଜା ଯଥାବିଧି ଅନୁଷ୍ଠିତ ହୋଇଥିଲା । ମା’ଙ୍କ ଦର୍ଶନ ଲାଭ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଶ୍ରଦ୍ଧାଳୁଙ୍କ ଗହଳି  ଘଟଗାଁକୁ ଚଳଚଞ୍ଚଳ କରି ଦେଇଥିଲା। ମନ୍ଦିର ପରିସର ଏବଂ ସ୍ଥାନୀୟ ବଜାରରେ ଭକ୍ତଙ୍କ ଗହଳି ଲାଗି ରହିଥିଲା। ପୂଜାର୍ଚ୍ଚନା ସହିତ ମା ‘ ଙ୍କ ମାଜଣା , ମଙ୍ଗଳ ଆଳତୀ ,  ସୁନାବେଶ , ହୋମଯଜ୍ଞ , ଭାଗବତ ପାରାୟଣ , ସତ୍ୟ ନାରାୟଣ ପୂଜା  ଦେବୀ ସ୍ତୁତି ଓ ଗୀତାପାଠ କରା ଯାଇଥିଲା ।

ଭକ୍ତ ମାନଙ୍କୁ ଶୁଭ୍ରାଂଶୁ ଶେଖର ମହାରଣା , ଭୁବନେଶ୍ୱରଙ୍କ   ସୌଜନ୍ୟରୁ ଅନ୍ନ ପ୍ରସାଦ ବିତରଣ କରା ଯାଇଥିଲା । ମନ୍ଦିର ପରିସର ସାଂସ୍କୃତିକ ମଣ୍ଡପରେ କିଶୋର କବି   କଳା କଳ୍ପନା , କଟକ ପକ୍ଷରୁ   ଆଧ୍ୟାତ୍ମିକ ନୃତ୍ୟ ପରିବେଷଣ କରା ଯାଇଥିଲା। କଣ୍ଠଶିଳ୍ପୀ ବିଷ୍ଣୁମୋହନ କବି ଓ ଗ୍ରୁପ ଭଜନ ପରିବେଷଣ କରିଥିବା ବେଳେ ଖୋର୍ଦ୍ଧା ପାଇକ ଆଖଡ଼ା ପରିବେଷିତ ହୋଇଥିଲା। ସନ୍ଧ୍ୟା ୫ ଘଟିକାରୁ ଗାୟକ ବିପିନ ବିହାରୀ ଦାସ ଦାସକାଠିଆ ପରିବେଷଣ କରିଥିଲେ । ସନ୍ଧ୍ୟା ୬.୩୦ ରୁ କୁନି ପ୍ରବଚକ କେଶବ ଦାସ ଦ୍ୱିତୀକୃଷ୍ଣ  ପ୍ରବଚନ ପ୍ରଦାନ କରିଥିବା ବେଳେ ରାତ୍ର ୯.୩୦ ରୁ ସକାଳ ୫ ଘଟିକା ଯାଏ ବାଦି ପାଲା  ଅନୁଷ୍ଠିତ ହେବ। ଗାୟକ   ସଚ୍ଚିଦାନନ୍ଦ ଦାସ  ଏବଂ ଗାୟକ ଧିରେନ ମହାନ୍ତି ପାଲା ପରିବେଷଣ କରିବେ।

 

 

 

Leave a Reply

Your email address will not be published. Required fields are marked *