ଶିଳ୍ପପତିଙ୍କ ପରଲୋକ

କେନ୍ଦ୍ରାପଡ଼ା,୧୮/୦୧/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ଅଧିନ ବସନ୍ତପୁର ଗ୍ରାମର ଶିଳ୍ପପତି ନିଖିଳ ମହାନ୍ତି (୬୭) ଙ୍କର ପରଲୋକ ହୋଇଯାଇଛି । ସେ ଓଡ଼ିଶାର ପ୍ରତିଷ୍ଠିତ କୁକୁଜ ବେକେରିଜ ର ପ୍ରତିଷ୍ଠାତା ଥିଲେ । ସେ ବେକେରୀ ଶିଳ୍ପର ଅଗ୍ରଗତିରେ ବିଶେଷ ଭୂମିକା ନିର୍ବାହ କରିଥିଲେ । ଭୁବନେଶ୍ୱର  ର ଏକ ଘରୋଇ ହସପିଟାଲ ରେ ତାଙ୍କର ପରଲୋକ ହୋଇ ଯାଇଛି । ଜୀବନ କାଳରେ ଗାଁକୁ ଅଳ୍ପ ସମୟ ପାଇଁ ଆସୁଥିଲେ ବି ସେ ଜନ୍ମ ମାଟିକୁ ବହୁତ ଭଳ ପାଉଥିଲେ । ଅନେକ ସମୟରେ ଗାଁ କୁ ଆସି ଗ୍ରାମବାସୀଙ୍କ ସୁଖ ଦୁଃଖରେ ସାମିଲ ହେଉଥିଲେ । ୧୯୯୯ ମସିହା ମହାବାତ୍ୟାରେ ଗାଁ ପ୍ରତି ତାଙ୍କର ସାହାଯ୍ୟ ଓ ସହଯୋଗ ଚୀର ସ୍ମରଣିୟ ହୋଇ ରହିଛି । ଗ୍ରାମବାସୀଙ୍କ ଶ୍ରଦ୍ଧାରେ ସେ ବସନ୍ତପୁର ସିରିଡ଼ି ସାଇ ମନ୍ଦିର ଟ୍ରଷ୍ଟ ର ସଭାପତି ଥିଲେ । ସେ ଜଣେ ଧର୍ମ ପରାୟଣ ଓ ମିଷ୍ଠଭାଷି ଲୋକ ଥିଲେ । ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଏକମାତ୍ର ପୁତ୍ର ପ୍ରିୟଦର୍ଶି ମୁଖାଗ୍ନୀ ଦେଇଥିଲେ । ତାଙ୍କ ପରଲୋକରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ବସନ୍ତପୁର ସିରିଡ଼ି ସାଇ ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ଡ଼ ରୁଦ୍ର ମହାନ୍ତି ପ୍ରମୁଖ ଶୋକ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *