ଖଜୁରିଆକଟା,୨୦/୦୪/୨୦୨୫ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଦୁର୍ବୃତ୍ତ ମାନଙ୍କ ଲଜ୍ୟାଜନକ ପୈଶାଚିକ କୁକର୍ମ ପାଇଁ ଆଜି ହିନ୍ଦୋଳ ଅଞ୍ଚଳରେ ହୈୟୀ ଚୈ ସୃଷ୍ଟି ହୋଇଛି। ଖବରରୁ ପ୍ରକାଶ ହିନ୍ଦୋଳ ଥାନା ଅନ୍ତର୍ଗତ ନୂଆବଗ ପଂଚାୟତର ସରାସିଂ ଗ୍ରାମର ଏକ ୭ବର୍ଷୀୟ ଶିଶୁକନ୍ୟା ଗତକାଲି ଅପରାହ୍ନ ୩ଘଣ୍ଟା ସମୟରେ ନିକଟସ୍ଥ ତାଳଗଛ ତଳୁ ତାଳ ଗୋଟାଉଥିବାବେଳେ ନିକଟରେ ଚୋରାବେପାରୀଙ୍କ ଠାରୁ ଚୋରା ପାଉଚ ମଦ ପିଉଥିବା କେତକ ଦୁର୍ବୃତ୍ତ ମଦ ନିଶାରେ ଶିଶୁଟିକୁ ବୁଦାମୂଳକୁ ଟେକିନେଇ ଗଣଦୁଷ୍କର୍ମ କରି ରକ୍ତାକ୍ତ ଅବସ୍ଥାରେ ତାଳବରଡ଼ା ଘୋଡାଇ ଫିଙ୍ଗିଦେଇ ଫେରାର ହୋଇଯାଇଥିଲେ।
ଝିଅ ଫେରିବାର ବିଳମ୍ବ ଦେବାରୁ ପରିବାର ଲୋକ ଖୋଜାଖୋଜି କରି ସନ୍ଧ୍ୟାରେ ଗଛମୂଳରୁ ଅଚେତଅବସ୍ଥାରେ ପାଇ ହିନ୍ଦୋଳ ଡାକ୍ତରଖାନା ଆଣିବାରେ ଝିଅଟି ଦୁଷ୍କର୍ମ ହୋଇଥିବା ଜଣା ପଡିଥିଲା ଏବଂ ଅବସ୍ଥା ଗୁରୁତର ଥିବାରୁ ଶିଶୁଟିକୁ ଅନୁଗୋଳ ଡାକ୍ତରଖାନା ପଠାଯାଇ ଚିକିତ୍ସା ଜାରି ରହିଛି। ତେବେ ହିନ୍ଦୋଳ ପୋଲିସ କେଶନଂ ୧୧୦/୨୦୨୫(ଦୁଷ୍କର୍ମ ) ରେ ମାମଲା ରୁଜୁ କରିବାସହ ଜଣକୁ ସନ୍ଦେହରେ ଅଟକ ରଖି ପଚରାଉଚରା ଜାରି ରଖିଛି ।
ସନ୍ଧାନୀ କୁକୁର ଦ୍ୱାରା ଅଧିକ ଛାନଭିନ କରୁଛି ଏବଂ ଖୋଦ ଉପଖଣ୍ଡ ଆରକ୍ଷୀ ଉପ-ଅଧିକ୍ଷକ ସତ୍ୟ କୁମାର ନନ୍ଦ ଘଟଣାର ତଦନ୍ତ କରିବାସହ ଖୁବ ଶୀଘ୍ର ଘଟଣାରୁ ପରଦା ହଟିବବୋଲି ଜଣାପଡିଛି। ତେବେ ଘଟଣାସ୍ଥଳରେ କିମ୍ବା ନିକଟରେ ଚୋରା ଦେଶୀମଦ କାରବାର କରୁଥିବାରୁ ଅସାମାଜିକ ବ୍ୟକ୍ତିମାନେ ମଦ ନିଶାରେ ଏଭଳି ଜଘନ୍ୟ କାଣ୍ଡ ସହ ବିଭିନ୍ନ ଅପରାଧ ଘଟଥିବା ଅଞ୍ଚଳରେ ଆଲୋଚନା ହେବାସହ ହିନ୍ଦୋଳ ଉପଖଣ୍ଡରେ ବ୍ୟାପକ ଚୋରାମଦ, ଗଂଜେଇ କାରବାର, ଯୁବପିଢ଼ି ଧଳାଜହର କବଳରେ ପଡିବା,ଗୋରୁ ଚୋରାଚାଲାଣ, ଜନ୍ତୁ ଶିକାର,ମୂଲ୍ୟବାନ ଜଙ୍ଗଲକାଠ ଚୋରାକାରବାର ସହ ଚୋରା ଖଣି ବେପାର ପାଇଁ ଅଞ୍ଚଳରେ ଜଘନ୍ୟ ଅପରାଧ, ଗୁଳିକରି ହତ୍ୟା ଘଟଣାମାନ ପୂର୍ବରୁ ଘଟିଥିବା ନଜିର ରହିଛି ଏବଂ ଏଥିପ୍ରତି ରାଜ୍ୟ ସରକାର ଓ ଗୃହବିଭାଗ ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରିଛନ୍ତି ।