ଭୋଗପୁର ଗ୍ରାମବାସୀଙ୍କ ତରଫରୁ ଓମସି କାର୍ଯ୍ୟକଳାପକୁ ତୀବ୍ର ବିରୋଧ

ନିରାକାରପୁର, ୦୯/୦୩/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନରଣଗଡ଼ ପଂଚାୟତ ଭୋଗପୁର ଗ୍ରାମ ନିକଟରେ କୁଣ୍ଡକୁଣ୍ଡି ପାହାଡ ଅବସ୍ଥିତ ।ଉକ୍ତ ପାହାଡକୁ ପତ୍ର ସଂଖ୍ୟା ୧୮୧୨୮ ରେ ତା୨୬ା୧୧ା୨୦୨୦ ମସିହାରେ ନରଣଗଡ ରାଜସ୍ୱ ଗ୍ରାମର ଖାତାନଂ ୫୩୨/୨, ପ୍ଲଟନଂ-୧୭୪୫,୧୮୫୦,୧୮୫୧ଓ ୧୭୪୭/୨୧୬୬କୁ ସରକାର ଓଡିଶା ଖଣି ନଗମକୁ ପଥର ଖନନ ପାଇଁ କାର୍ଯ୍ୟାଦେଶ ଦେଇଛନ୍ତି ।ପୂର୍ବରୁ ଉକ୍ତ ପାହାଡକୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଖନନ କରିବା ନେଇ ଟେଣ୍ଡର ମାଧ୍ୟମରେ ପ୍ରକାଶିତ କରାଯାଇଥିଲା ।ଟେଣ୍ଡର ଧାରୀଙ୍କ ତତ୍ୱାବଧାନରେ ନରଣଗଡ ଗ୍ରାମପଂଚାୟତର ନରଣଗଡ,ଭୋଗପୁର, ହାଡ଼ପଦା,କୁରୁପଡ଼ାଅଂଚଳର ୫୦୦ସହରୁ ଉର୍ଦ୍ଧ ପରିବାର ନିଜର କୈାଳିକ ବୃତି କରି ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଖନନକାର୍ଯ୍ୟ କରି ଜୀବିକା ନିର୍ବାହ କରୁଥିଲେ ।ପ୍ରକାଶ ଥାଉ କି ଓଡିଶା ଖଣିନିଗମକୁ କାର୍ଯ୍ୟକରିବାପାଇଁ କାର୍ଯ୍ୟାଦେଶ ପୂର୍ବର ତତôକାଳୀନ ସରପଂଚ କିମ୍ବା ଗ୍ରାମସଭା ନକରି ଅନୈାପଚାରିକ ଭାବେ ଖନନ କାର୍ଯ୍ୟନେଇ ତା ୩୦ା୧୨ା୨୦୧୯ ରିଖରେ ଓଡିଶା ଖଣି ନିଗମର ଖଣ୍ଡଲାଇଟ୍ ବିଭାଗକୁ ଅନୁମତି ପତ୍ର ପ୍ରଦାନ କରିଥିଲେ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏବେ ଓଡିଶା ଖଣି ନିଗମର ଖୋଣ୍ଡାଲାଇଟ୍ ବିଭାଗ ଦିନରାତି ୨୪ ଘଂଟା ବଡବଡ ମେସିନ୍ ଦ୍ୱାରା ଖନନ କାର୍ଯ୍ୟ କରିବା ଫଳରେ ନିକଟରେ ଥିବା ଗ୍ରାମବାସୀଙ୍କ ଘରଦ୍ୱାର ନଷ୍ଟ ହେଉଥିବାବେଳେ ଉଡ଼ୁଥିବା ଧୂଳି ଯୋଗୁ ଗ୍ରାମବାସୀଙ୍କ ଶରୀରରେ ବିଭିନ୍ନ ଚର୍ମରୋଗ ଦେଖାଦେଉଛି ଓ ମେସିନ ଗୁଡ଼ିକର ଶଦ୍ଧ ଯୋଗୁ ଛାଚ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ପଥର ଖନନ କରାଯାଉଥିବା ସ୍ଥାନରେ ଉକ୍ତ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କ ଆବଶ୍ୟକତା ପାଇଁ ଖୋଳା ଯାଇଥିବା ବଡ଼ ବଡ ÿବୋରୱଲେ ଯୋଗୁ ସେଠାକାର ଜଳସ୍ତର କମିବାର ଲାଗିଛି ବୋଲି ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ପାହାଡ଼କୁ ପଥର ରପôାନୀ ପାଇଁ ଯାତାୟତ କରୁଥିବା ଭାରୀଯାନଗୁଡ଼ିକ ରାସ୍ତାଖରାପ କରୁଥିବା ସହ ଜନସାଧାରଣଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଏହିପରି ଅନେକ ସମସ୍ୟା ନେଇ ଆଜି ଭୋଗପୁର ଗ୍ରାମବାସୀ ମାନେ କୁଣ୍ଡକୁଣ୍ଡି ପାହାଡ ସମ୍ମୁଖରେ ଧାରଣାରେ ବସିବା ରହି ନିଗମର କାର୍ଯ୍ୟଧାରାକୁ ବିରୋଧ କରିଥିଲେ ।ଖବର ପାଇ ଘଟଣାସ୍ଥଳକୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତୀ ରଞ୍ଜନ ସେଠୀ , ଏସଡିପିିଓ ଦିଲ୍ଲୀପ କୁମାର ଦାସ, ଜଙ୍କିଆ ଥାନାଆଇଆଇସି ପ୍ରଜ୍ଞା ରିତମ୍ଭରା କର ଗ୍ରାମବାସୀ ମାନଙ୍କୁ ବହୁ ବୁଝାସୁଝା କରିବା ସହିତ ଗ୍ରାମବାସୀ ମାନଙ୍କୁ ୩ଟି ଟ୍ୟାଙ୍କର ମାଧ୍ୟମରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବା ସହିତ ଦିନେ ଦୁଇ ଦିନ ମଧ୍ୟରେ ଖଣି ନିଗମର ପରିଚାଳକ ପ୍ରଶାସନିକ ଅଧିକାରୀ, ଲୋକ ପ୍ରତିନିଧ ଓ ଗ୍ରାମବାସୀଙ୍କର ଏକ ସଭା କରାଯାଇ ଉପୁଜୁଥିବା ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ମିଳିବା ପରେ ଧାରଣରୁ ଗ୍ରମବାସୀମାନେ ଉଠିଥିଲେ ।

Leave a Reply

Your email address will not be published. Required fields are marked *