କଟକ ସଦର,୧୯/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ତେଲଦିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୪ ତମ ବାର୍ଷିକ ଉତ୍ସବ ଗତକାଲି ଶୁକ୍ରବାର ରାତିରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ପ୍ରଧାନାଚାର୍ଯ୍ୟ ଭାସ୍କର ଚନ୍ଦ୍ର ବେହେରାଙ୍କ ପୈ।ରୋହିତ୍ୟରେ ଆୟୋଜିତ ସଭାରେ କଟକ ସାଂସଦ ଭର୍ତୃହରି ମହତାବ, କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ଆରଏସଏସର କ୍ଷେତ୍ର ପ୍ରଚାରକ ପ୍ରସନ୍ନ କୁମାର ମିଶ୍ର, ବିଦ୍ୟାମନ୍ଦିର ପରିଚାଳନା ସମିତି ର ପ୍ରାକ୍ତନ ସଭାପତି ତଥା ବିଜେପି କଟକ ଜିଲ୍ଲା ପ୍ରାକ୍ତନ ସଭାପତି ରାଜକିଶୋର ଶତପଥୀ, ସମିତି ସଭାପତି ଗିରିଶ ପ୍ରକାଶ ସେଠୀ, ସଂପାଦକ ସୁରତ କୁମାର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିକ୍ଷାଦାନ କ୍ଷେତ୍ରରେ ଶିଶୁ ମନ୍ଦିର ର ଅଗ୍ରଣୀ ଭୁମିକା ସମ୍ପର୍କରେ ଆଲୋକପାତ କରିଥିଲେ।
ସୂଚନାଯୋଗ୍ୟ ଯେ ରେଭେନ୍ସା ରେ ଅନୁଷ୍ଠିତ ହରେକୃଷ୍ଣ ମହତାବ ଜାତୀୟ ସମ୍ମିଳନୀର ଉଦଯାପନ ଦିବସରେ ଅଧ୍ୟକ୍ଷତା କରିଥିବା ରୁ ସାଂସଦ ଭର୍ତୃହରି ମହତାବ ସଭା ପରେ ବିଳମ୍ବରେ ପହଂଚି ଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଉପଭୋଗ୍ୟ ହୋଇଥିଲା। ପରିଚାଳନା ରେ ସମସ୍ତ ଗୁରୁଜୀ ଗୁରୁମା ଓ କର୍ମଚାରୀ ମାନେ ସହାୟତା କରିଥିଲେ।