ଉପକୃତ ହେବେ ୨୫୦୦ କର୍ମଚାରୀ ଓ ଅଧିକାରୀ
ଭୁବନେଶ୍ୱର,୨୦/୦୮/୨୦୨୬ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ରାଜ୍ୟ ସରକାର ଜେଲ୍ ସଂଗଠନର ଅଧିକାରୀ ଓ କର୍ମଚାରୀମାନଙ୍କର ଭତା ବୃଦ୍ଧି କରିଛନ୍ତି । ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଅନୁଯାୟୀ ଜେଲ୍ କର୍ମଚାରୀ ଓ ଅଧିକାରୀମାନଙ୍କ ବାର୍ଷିକ ପୋଷାକ ଭତା ୨ ଗୁଣ ବୃଦ୍ଧି କରାଯାଇଛି ।
ଏହି ନିଷ୍ପତିି ଅନୁଯାୟୀ ଡିଆଇଜିଙ୍କ ଠାରୁ ଆରମ୍ଭ କରି ଆସିଷ୍ଟାନ୍ଟ ମାଟ୍ରନଙ୍କ ପର୍ଯ୍ୟନ୍ତ ୩୭୮ ଜଣ ଅଧିକାରୀଙ୍କ ପୋଷାକ ଭତା ୩୦୦୦ ଟଙ୍କାରୁ ୬୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ୨,୧୨୨ ଜଣ ଚିଫ୍ ୱାର୍ଡ, ୱାର୍ଡର୍ ଓ ମହିଳା ୱାର୍ଡରଙ୍କ ବାର୍ଷିକ ପୋଷାକ ଭତାକୁ ୪୦୦୦ ଟଙ୍କାରୁ ୮୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ସମୁଦାୟ ୨୫୦୦ ଜଣ ଜେଲ୍ କର୍ମଚାରୀ ଓ ଅଧିକାରୀ ଉପକୃତ ହେବେ । ଚଳିତ ଆରଥିକ ବର୍ଷରୁ ଏହି ନୂତନ ପୋଷାକ ଭତା ଲାଗୁ ହେବ ।
