ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ବନ ବିହାର କାର୍ଯ୍ୟକ୍ରମ

ଲକ୍ଷ୍ମୀପୁର,୧୭/୦୨/୨୦୨୬ (ଓଡିଶା ସମାଚାର/ପ୍ରମୋଦ ଜେନା)-ଲକ୍ଷ୍ମୀପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ଆଜି ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସକାଳୁ ସକାଳୁ ବିଦ୍ୟା ମନ୍ଦିର ର ସମସ୍ତ ଗୁରୁଜି,ଗୁରୁମା,ସେବକ, ସେବିକା ମାନେ କୁନି କୁନି ଛାତ୍ର ଛାତ୍ରୀଙ୍କୁ ନେଇ ଦୁଇ କିଲୋମିଟର ଦୂର ରଞ୍ଜିତ ଗୁଡା ସ୍ଥିତ ଏକ ଆମ୍ବ ତୋଟା ତୋଟା ଠାରେ ପହଞ୍ଚିଥିଲେ।

ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବନବିହାର କାର୍ଯ୍ୟକ୍ରମରେ କୁନି କୁନି ଛାତ୍ର ଛାତ୍ରୀ ମାନେ ବେସ ଖୁସି ଅନୁଭବ କରିଥିବା ବେଳେ ଗୁରୁମା ମା ମାନେ ସେମାନ ଙ୍କୁ ନେଇ ବଣ,ପାହାଡ଼ ଝରଣା ଆଦି ଆଦି ବୁଲାଇ ଦେଖାଇଥିଲେ।ଏଥି ସହ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଜାଇଥିଲା।ଏହି ବନ ବିହାର କାର୍ଯ୍ୟକ୍ରମ ସକାଳ ଦଶ ଟାରୁ ଆରମ୍ଭ ହୋଇ ଅପରାହ୍ନ ତିନିଟା ବେଳେ ଶେଷ ହୋଇଥିଲା।ଏହି ବନ ବିହାର କାର୍ଯ୍ୟରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ରହି ପିଲାଙ୍କ ଦାୟିତ୍ୱ ତୁଲାଇ ଥିବା ବେଳେ ବିଦ୍ୟା ମନ୍ଦିର ର ପରିଚାଳନା କମିଟି ସଦସ୍ୟ ଓ ମାତୃ ଭାରତୀ ସଦସ୍ୟା ମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *