କଟକ ସଦର,୦୧/୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ୨୦୨୩ ଏପ୍ରିଲ୍ ୧ ତାରିଖ ଉତ୍କଳ ଦିଵସ ଦିନ ଘୋଷଣା ହୋଇଥିବା ଏଵଂ ୨୦୨୪ ଜାନୁଆରୀ ୧ ତାରିଖ ଇଂରାଜୀ ନୂଆ ବର୍ଷରେ ଭିତ୍ତିପ୍ରସ୍ତର ସ୍ଥାପନ କରି ମେଟ୍ରୋ ରେଳ ମାନଚିତ୍ରରେ ନୂଆ ଓଡ଼ିଶାର ଏକ ଯୁଗାନ୍ତକାରୀ ପଦକ୍ଷେପ ନେଲେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗମନାଗମନ ସେବାରେ ଯୋଡି ଦେଲେ ଏକ ନୂତନ ଅଧ୍ୟାୟ। ଆଜି ସୋମବାର ନୂଆ ବର୍ଷର ପ୍ରଥମ ପୂର୍ବାହ୍ନରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ୬୨୫୫ କୋଟି ଟଙ୍କା ବ୍ୟୟ ଅଟକଳରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଠାରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ୨୬ କିମି ଦୈର୍ଘ୍ୟ ବିଶିଷ୍ଟ ମେଟ୍ରୋ ରେଳ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ରତାଗଡ ଲେଙ୍କା ସାହି ଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ କରିଥିବା ଜଣାପଡିଛି। ଦ୍ୱିତୀୟ ପର୍ଯ୍ୟାୟରେ ଏହା କଟକ ନେତାଜୀ ବସ୍ ଟର୍ମିନାଲ ଯାଏଁ ସମ୍ପ୍ରସାରିତ ହେଵ ଵୋଲି ସରକାର ସୂଚନା ଦେଇଛନ୍ତି। ୪ ବର୍ଷରେ କାର୍ଯ୍ୟକ୍ଷମ ହେବାକୁ ଥିବା ଉକ୍ତ ପ୍ରକଳ୍ପଟି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଲିଃ ପକ୍ଷରୁ ଡିପିଆର (ବିସ୍ତୃତ ପ୍ରକଳ୍ପ ବିବରଣୀ) ହୋଇଥିବା ବେଳେ ମୋ ସରକାରଙ୍କ ୫-ଟି ଅଧିନରେ ଏହା ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଯାହା ନୂତନ ଓଡ଼ିଶା ଆବିର୍ଭାବର ପ୍ରତୀକ ହେବ ଵୋଲି କୁହାଯାଇଛି ।