ସଡ଼କ ଦୁର୍ଘଟଣା ରେ ପରିବା ବିକାଳୀ ଙ୍କ ମୃତ୍ୟୁ 

କଟକ ସଦର,୧୮/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କମିଶନରେଟ କନ୍ଦରପୁର ଥାନା ନିକଟରେ ଗତକାଲି ଗୁରୁବାର ବିଳମ୍ବିତ ରାତିରେ ଏକ ସଡକ ଦୁର୍ଘଟଣାରେ କନ୍ଦରପୁର ଵଜାରର ଜନୈକ ପରିଵା ବିକାଳୀ ଉମା ଚରଣ ଲେଙ୍କା (୫୫) ଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି।

ଫାଇଲ୍ ଫଟୋ

ଉମା  ଦୋକାନ ବନ୍ଦ କରି ଲିଫ୍ଟ ମାଗି ଏକ ବୁଲେଟ ମଟରସାଇକେଲ ଯୋଗେ ଶଶୁର ଘର କଟକ ପିଠାପୁର କୁ ଯାଉଥିବାବେଳେ ମଟରସାଇକେଲ ଆରୋହୀ ଭାରସାମ୍ୟ ହରାଇ ଥାନା ସମ୍ମୁଖରେ ଥିବା ଚେକ୍ ପୋଷ୍ଟ ସହିତ ଧକା ଦେବା ଫଳରେ ଉମା ଲେଙ୍କା ରାସ୍ତାରେ ଖସିପଡ଼ି ଗୁରୁତର ଆହତ ହୋଇଥିଲେ।

ତାଙ୍କୁ ତୁରନ୍ତ ବଡ଼ମେଡ଼ିକାଲ କୁ ପଠାଯାଇଥିଲା ବେଳେ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଶୁକ୍ରବାର ଦିନ ପୋଷ୍ଟମର୍ଟମ ହୋଇ ଶଵ କନ୍ଦରପୁର ଫେରିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଶଵ ସତ୍କାର ହୋଇଛି।

Leave a Reply

Your email address will not be published. Required fields are marked *