ଗରାପୁର ହନୁମାନ ମନ୍ଦିରରେ ମହାବୀର ଜୟନ୍ତୀ

କେନ୍ଦ୍ରାପଡ଼ା,୧୫/୦୪/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପସଙ୍ଖାୟତର ଗରାପୁରସ୍ଥିତ ମହାବୀର ଆଶ୍ରମ ହନୁମାନ ମନ୍ଦିରରେ ମହାବୀର ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଭୁ ମହାବୀରଙ୍କୁ ଷୋଡଶ ଉପଚାରରେ ପୂଜା କରାଯିବା ସହିତ ରୀତି ନୀତି ଅନୁଯାୟୀ ସମସ୍ତ କାର୍ଯ୍ୟ ସମାପନ କରାଯାଇଥିଲା ।

ଏଥିସହିତ ଭକ୍ତ ଓ ଶ୍ରଦ୍ଧାଳୁମାନେ ସଙ୍କଟମୋଚନ ହନୁମାନଜୀଉଙ୍କ ଚାଳିସା ପାଠ କରିବା ସହ ଭଜନ ଓ କୀର୍ତନ କରିଥିଲେ । ସେହିଭଳି ସନ୍ଧ୍ୟାରେ ବିଭିନ୍ନ ସାଧୁସନ୍ଥ ଏବଂ ବିଜ୍ଞ ପ୍ରବଚକମାନଙ୍କ ଦ୍ୱାରା ଶ୍ରୀରାମ ଓ ହନୁମାନଜୀଉଙ୍କ କଥାମୃତ ପ୍ରବଚନ ଅନୁଷ୍ଠିତ ହୋଇଥିଲା । ଏଥିସହିତ ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ବୀର ହନୁମାନଜୀଉଙ୍କ ପବିତ୍ର ଜନ୍ମୋତ୍ସବ ମଧ୍ୟ ପାଳନ କରାଯାଇଥିଲା ।

ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ପହଂଚି ହନୁମାନଜୀଉ ଓ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କୁ ଦର୍ଶନ କରିବା ସହିତ ଆଶ୍ରିର୍ବାଦ ଭିକ୍ଷା କରିଥିଲେ । ସେହି ଅନୁଯାୟୀ ବାବାଜୀ ସତ୍ୟାନନ୍ଦ ଦାସ ଓ ମନ୍ଦିର ପରିଚାଳନା କମିଟି ସଭାପତି ବାବାଜୀ ଚେତନାନନ୍ଦ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉପରୋକ୍ତ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ଏଥିସହିତ ନାମ ସଙ୍କୀର୍ତନ, ଭଜନ, ଜଣାଣ ଓ କୀର୍ତନ ମଧ୍ୟ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *