କଟକ ସଦର ବ୍ଲକ କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା

କଟକ ସଦର, ୧୫/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସ ଙ୍କ ଆହ୍ୱାନ କ୍ରମେ ପୂର୍ଵ ନିର୍ଧାରିତ କାର୍ଯ୍ୟ ସୂଚୀ ଅନୁଯାୟୀ ଆଜି ମଙ୍ଗଳବାର ଦିନ ମହିଳାଙ୍କ ସୁରକ୍ଷା ଦାବିରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଏହି ପରିପ୍ରେକ୍ଷୀରେ କଟକ ସଦର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ସଭାପତି ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ଗୋଛାୟତ ଙ୍କ ନେତୃତ୍ଵରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଦିଲିପ ମହାନ୍ତି, ସବିତା ସ୍ୱ।ଇଁ, ଶିଶିର ରଥ,ମନୋଜ ବିଶ୍ୱାଳ,ମାନସ ପରିଡ଼ା,ଆଲୋକ ନନ୍ଦ,ଦୀପକ ପରିଡ଼ା, ନିରଞ୍ଜନ ଲେଙ୍କା,ମାନସ ଖଟୁଆ, ଶ୍ରୀକାନ୍ତ ପଣ୍ଡା, ସତ୍ୟନାରାୟଣ ଵିଠ୍, ଆଲମାସ୍ ରାଗି, ସୀତାକାନ୍ତ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ। ଏହି ଅବସରରେ ସଦର ଵ୍ଲକ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *