ଜଗତସିଂହପୁର,୧୩/୦୪/୨୦୨୫(ଓଡ଼ିଶା ସମାଚାର)- ଜିଲ୍ଲାରେ ଓଡ଼ିଆ ପକ୍ଷର ତ୍ରୟୋଦଶ ଦିବସ ଅବସରରେ ଆଜି “ପାରମ୍ପରିକ ଖାଦ୍ୟ ଆମ ରୁଚି ଆମ ଖାଦ୍ୟ” ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲାର ସମସ୍ତ ବ୍ଲକ, ତଥା ପୌରପରିଷଦ ପରିସରରେ ଓଡ଼ିଆ ସଂସ୍କୃତିର ଅମୂଲ୍ୟ ଅଂଶ ସ୍ୱରୂପ ପାରମ୍ପରିକ ଖାଦ୍ୟ ପରମ୍ପରାକୁ ସମ୍ମାନ ଜଣାଇ ଏହି ଉତ୍ସବ ଆୟୋଜିତ ହୋଇଯାଇଛି।
ଜିଲ୍ଲା ପ୍ରଶାସନ, ପଞ୍ଚାୟତି ରାଜ ଓ ନଗର ଉନ୍ନୟନ ବିଭାଗର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଖାଦ୍ୟର ବିବିଧତା ଓ ସାଂସ୍କୃତିକ ମହତ୍ତ୍ୱକୁ ଉଜାଗର କରାଯାଇଛି। ଏହି ଅବସରରେ ଜନସାଧାରଣଙ୍କ ମଧ୍ୟରେ ଓଡ଼ିଆ ପାରମ୍ପରିକ ଖାଦ୍ୟ ପ୍ରତି ଆଗ୍ରହ ଓ ଗୌରବ ସୃଷ୍ଟି କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ବିଭିନ୍ନ ବ୍ଲକ୍ ଓ ପୌର ପରିଷଦ ରେ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆମ ପାରମ୍ପରିକ ଖାଦ୍ୟ କେବଳ ରୁଚିରେ ନୁହେଁ, ଆମ ସଂସ୍କୃତି ଓ ପରିଚୟରେ ମଧ୍ୟ ଅନନ୍ୟ ଏହାକୁ ସଂରକ୍ଷଣ ଓ ପ୍ରଚାର କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ବାର୍ତ୍ତା ଦିଆ ଯାଇଥିଲା। ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀ ର ମା ମାନେ ଓଡ଼ିଶା ର ପାରମ୍ପରିକ ଖାଦ୍ୟ ଯଥା ନାନାପ୍ରକାର ପିଠା, ପଖାଳ, ବଡ଼ିଚୁରା, ମାଛ ଭଜା, ମଣ୍ଡିଆ ଯାଉ ଆଦି ଖାଦ୍ୟ ପରିବେଷଣ କରିବା ସହ ଆନନ୍ଦ ରେ ମିଳିମିଶି ଏହି ଖାଦ୍ୟ ଉପଭୋଗ କରିଥିଲେ।