ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘର ବୁଦ୍ଧିଜୀବୀ ସମ୍ମିଳନୀ

ଭୁବନ ୦୫/୦୪/୨୦୨୬ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନର ପ୍ରସିଦ୍ଧ ଶକ୍ତପୀଠ ହିଙ୍ଗୁଳା ପୀଠରେ ଭୁବନ, କାମାକ୍ଷା ନଗର, ପରଜଙ୍ଗ ଓ କଙ୍କଡ଼ାହାଡ଼ ଆର୍ ଏସ ଏସ ଖଣ୍ଡର ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଭୁବନ ଖଣ୍ଡ ଚାଳକ ପ୍ରଭାତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ ଓଡ଼ିଶା ପୂର୍ବ ପ୍ରାନ୍ତର ସମ୍ପର୍କ ପ୍ରମୁଖ ଅଧିବକ୍ତା ସର୍ବେଶ୍ୱର ବେହେରା ଉପସ୍ଥିତ ରହି ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘର ଶତବାର୍ଷିକ ଅବସରରେ ସଂଘ ସମାଜକୁ ଯୋଡ଼ିବାର ପ୍ରୟାସ ସଫଳ କରିପାରିଛି।

ନାଗରିକ ଅଧିକାର ସହ କର୍ତ୍ତବ୍ୟ କୁ ପାଳନ କଲେ ଭାରତ ପରମ ବୈଭବଶାଳୀ ହୋଇପାରିବ। ଶହେ ବର୍ଷର ଉପଲବ୍ଧି ଉପରେ ଆଲୋକପାତ କରି ବୁଦ୍ଧିଜୀବୀଙ୍କୁ ରାଷ୍ଟ୍ରରେ ଏକତା ରକ୍ଷା କରିବା ପାଇଁ ଆହ୍ୱାନ ଦେଇଥିଲେ। କାର୍ଯ୍ଯକ୍ରମ ପ୍ରମୁଖ ଦିଲ୍ଲୀପ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ନଗର କାର୍ଯ୍ୟବାହ ସିଲୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *