ପାଟ୍ରୋଲିଂ ସମୟରେ ବୋଟ୍ ଜବତ

କୋଷ୍ଟଗାର୍ଡ ଧରିଲା କୋଟିଏ ଟଙ୍କାର ଗୁଆ – ୧୪ କର୍ମଚାରୀ ଅଟକ
ପାରାଦୀପ,୧୨/୦୪/୨୦୨୫(ଓଡ଼ିଶା ସମାଚାର)- ପାରାଦୀପ କୋଷ୍ଟଗାର୍ଡ ଜାହାଜ ବରଦ ଗୁରୁବାର ଗଭୀର ସମୁଦ୍ରରେ ପାଟ୍ରୋଲିଂ କରୁଥିବା ସମୟରେ ଅନ୍ତର୍ଜାତୀୟ ସାମୁଦ୍ରିକ ନିୟନ୍ତ୍ରଣ ରେଖା ନିକଟରେ ଏକ ମାଛଧରା ବୋଟକୁ ଜବତ କରିଛି । ନିୟନ୍ତ୍ରଣ ରେଖା ନିକଟରେ ସନ୍ଦେହଜନକ ଭାବେ ମାଆ ବାସନ୍ତୀ ନାମକ ଏହି ଭାରତୀୟ ମାଛଧରା ବୋଟକୁ କୋଷ୍ଟଗାର୍ଡ ଜାହାଜ ବରଦ ଅଟକାଇ ଥିଲା । ଏହି ଜାହାଜରେ ୧୪ଜଣ କର୍ମଚାରୀ ଥିଲେ, ସେମାନଙ୍କର ପରିଚୟ ପତ୍ର ସଠିକ୍ ନଥିବା ଜଣାପଡିଥିଲା । ମାଛଧରା ଜାହାଜକୁ ପ୍ରବେଶ କରି କୋଷ୍ଟଗାର୍ଡ ଯବାନ ଓ ଅଧିକାରୀମାନେ ବୋଟରୁ ୪୫୦ ବ୍ୟାଗ୍ ଯାହାରକି ଓଜନ ପ୍ରାୟ ୫୦-୬୦କେଜି ଗୁଆ ଜବତ କରିଥିଲେ ।

ଯାହାରକି ବଜାର ଦର ପ୍ରାୟ ଏକ କୋଟି ହେବ ବୋଲି କୋଷ୍ଟଗାର୍ଡ ପକ୍ଷରୁ ପ୍ରେସ୍ ଇସ୍ତାହାରରୁ ସୂଚନା ମିଳିଛି । ଏହି ବୋଟ୍ କାକଦୀପ ମାଛଧରା ଜେଟୀରୁ ବିନା ସଠିକ୍ କାଗଜପତ୍ରରେ ଯାଉଥିଲା । ଏତେ ପରିମାଣର ଗୁଆ କେଉଁ ଆଡେ ଯାଉଥିଲା ତାହାକୁ ନେଇ ତଦନ୍ତ ଆରମ୍ଭ କରିଛି କୋଷ୍ଟଗାର୍ଡ । ସବୁଠୁଁ ଆଶ୍ଚର୍ଯ୍ୟର କଥା ହେଲା ମାଛଧରା ବୋଟ୍ କୁ ଯାସଙ୍ଖ କରିବା ସମୟରେ ବୋଟ୍ ରୁ ଗୋଟିଏ ବି ହେଲେ ମାଛ ମିଳି ନ ଥିଲା । ମାଛଧରା ବୋଟ୍ ସମେତ ବୋଟ୍ ର ୧୪ ଜଣ କର୍ମଚାରୀମାନଙ୍କୁ ଧରି କୋଷ୍ଟଗାର୍ଡ ଟିମ୍ ପାରାଦୀପ ଜିଲା ମୁଖ୍ୟାଳୟରେ ପହଂଚି ଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *