ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ପାରମ୍ପରିକ ପୂଜ୍ୟପୂଜା ।

କଟକ,୨୩।୦୨।୨୦୨୪ (ଓଡ଼ିଶା ସମାଚାର) : କଟକ ସଦର ୪୨ ମୌଜାର ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ପୂଜ୍ୟପୂଜା ଭବନରେ ପାରମ୍ପରିକ ଭାବେ କୋଟିକୋଟି ଶ୍ରଦ୍ଧାଞ୍ଜଳି ପୂର୍ବକ କସ୍ତୁରବା ଗାନ୍ଧୀ,ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ଓ ଅବଦୁଲ କଲାମ ଆଜାଦଙ୍କ ପୁଣ୍ୟ ତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।  ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ବରିଷ୍ଠ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି ଏହି ପୂଜ୍ୟପୂଜା ପରମ୍ପରା ନିୟମିତ ଭାବେ ତିଥି ଓ ଦିବସକୁ ସଠିକ୍ ଭାବେ ଗଣନା କରି ପାଳନ କରୁଥିବାରୁ ଓଡ଼ିଶା ବାସୀ ଏବଂ ପ୍ରବାସରୁ ମଧ୍ୟ ପ୍ରବାସୀ ଓଡିଆ ମାନେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *