ନିମାପଡ଼ା ୧୦/୦୪/୨୦୨୫ (ଓଡ଼ିଶା ସମାଚାର)- ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ୧୦ ବର୍ଷ ଧରି କାର୍ଯ୍ୟରତ କନିଷ୍ଠ ରାଜସ୍ବ ସହାୟକ ପ୍ରଶାନ୍ତ କୁମାର ସ୍ବାଇଁ (୫୨) ପୁରୀ ମଧୁବନ ସ୍ଥିତ ବାସଭବନରେ ବୁଧବାରରେ ହୃଦଘାତରେ ମୃତ୍ୟୁବରଣ କରିଥିବା ଜଣାପଡିଛି।
ତାଙ୍କ ସ୍ମୃତିରେ ଆଜି ସକାଳେ ତହସିଲ କାର୍ଯ୍ୟାଳୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ତହସିଲଦାର ମନୋଜ କୁମାର ପ୍ରଧାନ, ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ,ଏସ ଓ
ସସ୍ମିତା ଦାସ, ରାଜସ୍ଵ କ୍ଷେତ୍ର କର୍ମଚାରୀ,ରାଜସ୍ବ ପରିଦର୍ଶକଙ୍କ ସମେତ ସମସ୍ତ କର୍ମଚାରୀ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସ୍ବର୍ଗତ ଆତ୍ମାର ସଦଗତି କାମନା କରି ନିରବ ପ୍ରାର୍ଥନା କରିଥିଲେ। ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର ହୋଇଥିବା ବେଳେ ଅନ୍ତେଷ୍ଟି କ୍ରିୟା ପାଇଁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି।
