ବିଧାୟକ ଙ୍କ ଜନଶୁଣାଣୀ ଶିବିର ରେ ୧୨୭ ଅଭିଯୋଗ ପଞ୍ଜିକୃତ 

କଟକ ସଦର, ୩୧/୦୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପ୍ରଶାସନ କୁ ଲୋକଙ୍କ ପାଖକୁ ଆଣି ସମସ୍ୟାର ସମାଧାନ କରିବା ପାଇଁ ଆଜି (ଶୁକ୍ରବାର ଦିନ) କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ୫ ନମ୍ବର ଜିଲ୍ଲା ପରିଷଦ ଜୋନ୍ ଫକିରପଡା ଠାରେ ଏକ ଜନଶୁଣାଣୀ ଶିବିର ଆୟୋଜନ କରିଥିଲେ । ଏଥିରେ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ର ଅଧିକାରୀ ମାନଙ୍କ ସହିତ କଟକ ସଦର ଵିଡିଓ ଇଂ ପ୍ରତୀକ କୁମାର ସାହୁ, କିଶନନଗର ତହସିଲଦାର କ୍ଷୀରୋଦ କୁମାର ଦାଶ, ସଦର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ କୈଳାସ ଚନ୍ଦ୍ର ସାହୁ,ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରିଣୀ (ଜିପିଇଓ) ପ୍ରଜ୍ଞା ପାରମିତା ସାମଲ, ଵେଣ୍ଟକାର ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶୁଭାଶିଷ ଶତପଥି‌ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ଛଅ ଗୋଟି ପଞ୍ଚାୟତର ୧୨୭ ଜଣଙ୍କ ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଗୁଡିକର ତ୍ୱରିତ ସମାଧାନ ପାଇଁ ବିଧାୟକ ଇଂ ସେଠୀ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ହେଲେ କଟକ ସଦର ତହସିଲଦାର  ଶିବିରରେ ଯୋଗ ଦେଇନଥିବା ବେଳେ କିଶନନଗର ତହସିଲଦାର ତାଙ୍କ ଇଲାକା ବାହାରେ ଅନୁଷ୍ଠିତ ଉକ୍ତ ଶିବିରରେ ଯୋଗ ଦେଵା କେଉଁ ସ୍ୱ।ର୍ଥରେ ବୋଲି ଅଭିଯୋଗ ହେଉଛି। ଶିଵିର ପରିଚାଳନାରେ ସ୍ୱଚ୍ଛ ଭାରତ ଅଭିଯାନ ବ୍ଲକ୍ ସମ୍ବଳ ସଂଯୋଜକ ତେଜେସ୍କର ସିଂହ, ସ୍ଥାନୀୟ ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ରାଉଳ, ପ୍ରତିନିଧି ସୁରେଶ ଜେନା, ପୂର୍ବତନ ସଭାପତି ଅଭୟ ସ୍ୱ।ଇଁ, ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *