ତୃତୀୟ ଦିନ ରେ ୦ -୦ ଗୋଲରେ ମହିନ୍ଦି ପୁର କ୍ଲବ ଓ ସିଧ୍ ଗାୟତ୍ରୀ କ୍ଲବ ଖେଳ ସମାପ୍ତ କରିଛନ୍ତି।
ଜଗତସିଂହପୁର, ୦୯/୦୪/୨୦୨୫ (ଓଡ଼ିଶା ସମାଚାର)- ରିଜର୍ଭ ପୋଲିସ ଗ୍ରାଉଣ୍ଡ, ପୁନଙ୍ଗ ଠାରେ ଚାଲିଥିବା ସି ଏମ ଟ୍ରଫି ଫୁଟବଲ ଚାମ୍ପିୟନସିପ୍ ର ତୃତୀୟ ଦିବସ ରେ ଭେଟେରାନ ଫୁଟବଲ୍ ପ୍ଲେୟାର ଭଜରାଜ କର ଉଦଘାଟନ କରି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଛନ୍ତି। ଆଜି ମହିନ୍ଦି ପୁର କ୍ଲବ ଓ ସିଦ୍ଧ ଗାୟତ୍ରୀ କ୍ଲବ ମଧ୍ୟରେ ହୋଇଥିବା ମ୍ୟାଚ୍ ଟି ୦-୦ ଗୋଲ ରେ ସମାପ୍ତ ହୋଇଛି।ଜିଲ୍ଲା କ୍ରୀଡା ସଂସଦ ର ସମ୍ପାଦକ ଦୋଳ ଗୋବିନ୍ଦ ଦାସ ଆଜି ସମାରୋହରେ ଉପସ୍ଥିତ ଥିଲେ।
