ଲିଙ୍ଗରାଜ ମହୋତ୍ସବ ପଂଚମ ସନ୍ଧ୍ୟା – ଶିବ ତାଣ୍ଡବ ନୃତ୍ୟ କମ୍ପିଲା

ଭୁବନେଶ୍ୱର,୦୯/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ମହୋତ୍ସବ ପଂଚମ ସନ୍ଧ୍ୟାରେ ଶିବ ତାଣ୍ଡବ ନୃତ୍ୟରେ ବିମୋହିତ କରିଥିଲେ କଳାକାରମାନେ । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଚିତାକର୍ଷକ ନୃତ୍ୟକୁ ଦେଖି ଦର୍ଶକ ବିମୁଗ୍ଧ ହୋଇଥିଲେ । ପ୍ରଥମେ ରାଂଚିରୁ ଆସିଥିବା ଗୁରୁ ସବିତା ମିଶ୍ରଙ୍କ ଦଳ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା ।

ପରେ ଆସାମର ରୂପମ ଶର୍ମାଙ୍କ ଦଳ ବିହୁ ନୃତ୍ୟ ପରିବେଷଣ କରିଥିଲେ । ସେହିପରି ବର୍ଷା ପଟ୍ଟନାୟକଙ୍କ ନିର୍ଦ୍ଧେଶନାରେ ସୁକନ୍ୟା ଭାରତୀୟ ସାଂସ୍କୃତିକ ଟ୍ରଷ୍ଟର କଳାକାରମାନେ ଶିବ ତାଣ୍ଡବ ନୃତ୍ୟରେ ଦର୍ଶକ ବିମୋହିତ ହୋଇଥିଲେ । ପରେ ପରେ କଟକର କାଳବିକାଶ କେନ୍ଦ୍ର ପକ୍ଷରୁ ଓଡ଼ିଶୀ ନୃତ୍ୟ, କୋଲକତାର କଳା ରଶିକ ଫାଉଣ୍ଡେସନ ପକ୍ଷରୁ କି୍ରଏଟିଭ ନୃତ୍ୟ, ଆଲୋକ ବିଶୋଇଙ୍କ ଦଳ ଦ୍ୱାରା ପଶୁମୁଖା ନୃତ୍ୟ । ଶେଷରେ ମମତା ଶତପଥୀ ଓ ବର୍ଷା ପଟ୍ଟନାୟକଙ୍କ ଦଳ ଦ୍ୱାରା କ୍ରିଏଟିଭ ନୃତ୍ୟ ପରିବେଷଣ ଦର୍ଶକଙ୍କ ମନଛୁଆଁ ହୋଇଥିଲା ।


ଏହି କାର୍ଯ୍ୟକ୍ରମରେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିବା ସହ ନିରୋଗ ରହିବାକୁ ପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ସମ୍ମାନିତ ଅତିଥି ଭାବରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ, ପ୍ରଫେସର ସୁବ୍ରତ ମଲିକ, ପଣ୍ଡିତ ପ୍ରସନ୍ନଜିତ ପୋଦାର ପ୍ରମୁଖ ଯୋଗଦେଇ ଅଭିଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦକ ସନତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗୁୁରୁ ଗଜେନ୍ଦ୍ର ପଣ୍ଡାଙ୍କ ନିର୍ଦ୍ଧେଶନାରେ ବାସୁଦେବ ନାଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ନୃତ୍ୟଗୁରୁ ପ୍ରତିଭା ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ । ଅନୁଷ୍ଠାନର କୋଷାଧ୍ୟକ୍ଷ ରତିକାନ୍ତ ମହାସୁଆର, ଯୁଗ୍ମ ସମ୍ପାଦକ ପ୍ରଦୁ୍ୟମ୍ନ କୁମାର ମହାନ୍ତି, ମୁଖପାତ୍ର ଲିଙ୍ଗରାଜ ସାହୁ, ମ୍ୟାନେଜର ବିଶ୍ୱନାଥ ମହାପାତ୍ର, ବାବନ ଚନ୍ଦ୍ର ମହାପାତ୍ର, କେଦାରନାଥ ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, ସୁଧୀର ରଞ୍ଜନ ଜେନା, ପ୍ରମୋଦ ଦାସ, ଗଣେଶ ପାଲ, ପ୍ରତାପ ପଟ୍ଟନାୟକ, ତପନ ମହାସୁଆର, ଦେବାଶିଷ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ଅତିଥିମାନେ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Leave a Reply

Your email address will not be published. Required fields are marked *