ନବଗ୍ରହ ସାମ୍ବାଦିକ ଗୃପ୍ ପକ୍ଷରୁ ‘ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ ସାମ୍ବାଦିକଙ୍କ ଭୁମିକା’ ଶୀର୍ଷକ ଆଲୋଚନାଚକ୍ର 

କଟକ ସଦର,୦୯/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଆଜି ବୁଧବାର ଦିନ କଟକ ସଦରର ନବଗ୍ରହ ସାମ୍ବାଦିକ ଗୃପ୍ ପକ୍ଷରୁ ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ଙ୍କ ପୈ।ରୋହିତ୍ୟରେ କିଶନନଗର ଠାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସହ ‘ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ ସାମ୍ବାଦିକଙ୍କ ଭୁମିକା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

ଏଥିରେ ସାମ୍ବାଦିକ ସର୍ବେଶ୍ଵର ମିଶ୍ର, ସାମ୍ବାଦିକ ସୁଶାନ୍ତ କୁମାର ଜେନା, ସାମ୍ବାଦିକ ଭୈରବ ଚନ୍ଦ୍ର ସେଠୀ, ସାମ୍ବାଦିକ ଚିତ୍ତରଞ୍ଜନ ବେହେରା, ସାମ୍ବାଦିକ ସରାଫତ୍ ଅଲ୍ଲୀ, ସାମ୍ବାଦିକ ଦେବେନ୍ଦ୍ର ସେଠୀ, ସାମ୍ବାଦିକ ସରୋଜ ମଲ୍ଲିକ, ସାମ୍ବାଦିକ ଜୁଲ ଫିକର, ସାମ୍ବାଦିକ ରଶ୍ମି ରଞ୍ଜନ ମହାପାତ୍ର ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

ଗୃପର ମୂଖ୍ୟ ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ଙ୍କ ସହିତ ଆବାହକ ଭାବେ ଭୈରବ ଚନ୍ଦ୍ର ସେଠୀ ଓ ସର୍ବେଶ୍ଵର ମିଶ୍ର ଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା ଜଣାପଡିଛି। ଆଗାମୀ ଦିନରେ ଗୃପକୁ ଅଧିକ କ୍ରିୟାଶୀଳ କରାଯାଇ ଅଧିକ ସଭ୍ୟଙ୍କୁ ଯୋଡ଼ା ଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଗଲା। ଏହି ଅବସରରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଜନ୍ମଦିନ ଉପଲକ୍ଷେ ଗୃପ୍ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ କରାଯାଇଥିଲା।

Leave a Reply

Your email address will not be published. Required fields are marked *