ଆନ୍ତଜିଲ୍ଲା ଡକାୟତ ଗିରଫ : କାର, ସ୍କୁଟି ମାରଣାସ୍ତ୍ର ଜବତ

ନିଶ୍ଚିନ୍ତକୋଇଲି, ୦୨/୦୩/୨୦୨୬ (ଓଡିଶା ସମାଚାର /ଅଭୟ ଜେନା)-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ପୋଲିସ ଜଣେ ଆନ୍ତଜିଲ୍ଲା ଡକାୟତକୁ ଗିରଫ କରିବା ସହ ୨ଟି ମୋବାଇଲ, ୧୫ହଜାର ଟଙ୍କା, ଗୋଟିଏ ଭୁଜାଲି ସହ ଡକାୟତି ଘଟଣାରେ ବ୍ୟବହାର କରିଥିବା ହୁଣ୍ଡାଇ ଆଇ୨୦ କାର ଓ ସ୍କୁଟିକୁ ଜବତ କରିଥିବା ନେଇ ନିଶ୍ଚିନ୍ତକୋଇଲି ଥାନା ପରିସରରେ ସାଲେପୁର ଏସଡିପିଓ  ବିରଞ୍ଚି ନାରାୟଣ ପତି ସୂଚନାଦେଇଛନ୍ତି ।

ଏସଡିପିଓ ଙ୍କ ସୂଚନା ମୁତାବକ ଚାନ୍ଦବାଲି ଅଞ୍ଚଳର ମହମ୍ମଦ ଆଦାମ ନାମକ ଜଣେ ବ୍ୟବସାୟୀ କଟକ ଜଗତପୁର ଅଞ୍ଚଳରୁ ଏକ ପିକଅପ ଗାଡିରେ ଗ୍ରୋସରି ସାମଗ୍ରୀ ଚାନ୍ଦବାଲି କୁ ନେଇ ଯାଉଥିବା ବେଳେ ପିକଅପ ଡ୍ରାଇଭର ଅଜିତ ବିଶ୍ୱାଳକୁ ନିଶ୍ଚିନ୍ତକୋଇଲି ଥାନା କଟରପଡା ଠାରେ ପିକଅପ ଗାଡିକୁ ସ୍କୁଟିରେ ସାଇଡ଼ମାରି ଅଟକାଇ ଭୁଜାଲି ଦେଖାଇ ଭୟଭୀତ କରି ନଗଦ ୪୦ହଜାର ଟଙ୍କା,ଫୋନ ପେ ରେ ଥିବା ୩୩ ଶହ ଟଙ୍କା, ମୋବାଇଲ ଫୋନ, ପିକଅପ ଗାଡିକୁ ନେଇଯାଇଥିଲେ ଡକାୟତମାନେ।

ଏହି ଘଟଣାରେ ନିଶ୍ଚିନ୍ତକୋଇଲି ଥାନା କେଶ ନଂ୦୫ରେ ଏକ ମାମଲା ରଜୁ ପରେ କଟକ ଗ୍ରାମଞ୍ଚଳ ଏସପିଙ୍କ ନିର୍ଦ୍ଦେଶରେ ସାଲେପୁର ଏସଡ଼ିପିଓ ବିରଞ୍ଚି ନାରାୟଣ ପତିଙ୍କ ନେତୃତ୍ୱରେ ସାଲେପୁର, ନିଶ୍ଚିନ୍ତକୋଇଲି, ମାହାଙ୍ଗା ଥାନା ଆଇଆଇସିକୁ ନେଇ ମିଳିତ ଭାବେ ବିଭନ୍ନ ଅଞ୍ଚଳରେ ଚଢ଼ାଉ କରିବା ପରେ ଜଗତସିଂହପୁର ଥାନା ସିଙ୍ଗରପୁର ଅଞ୍ଚଳର ପପୁ ସିଂହ ଙ୍କୁ ପୋଲିସ ଗିରଫ କରିଛି । ଗିରଫ ପପୁ ସିଂହ ନାମରେ ବିଭିନ୍ନ ଜିଲ୍ଲାରେ ଏକାଧିକ ଥାନାରେ ବହୁ ମାମଲା ଥିବାବେଳେ ନଗଦ ୧୫ ହଜାର ଟଙ୍କା, ୨ଟି ମୋବାଇଲ, ଗୋଟିଏ ଭୁଜାଲି, ହୁଣ୍ଡାଇ ଆଇ୨୦ କାର ଓ ସ୍କୁଟିକୁ ଜବତ କରି କୋର୍ଟ ଚାଲାଣ କରିଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅପରାଧୀକୁ ଖୁବ ଶୀଘ୍ର ଧରାଯିବ ବୋଲି ଏସଡ଼ିପିଓ ଶ୍ରୀ ପତି କହିଛନ୍ତି।

Leave a Reply

Your email address will not be published. Required fields are marked *