ପିଆଇ କଲେଜରେ ନୂଆ ‘ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ     

ଜୁନାଗଡ଼, ୩୦/୧୨/୨୦୨୩ (ଓଡ଼ିଶା ସମାଚାର /ରାକେଶ ବେମାଲ) – ଜୁନାଗଡ଼ ସ୍ଥିତ ପ୍ରିୟଦର୍ଶିନୀ ଇନ୍ଦିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ   ନୂଆ ଓ’  ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଉତ୍ସବ  ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମ ଦିନରେ   ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର କୃତି ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା  ।  ଏହି ପୁରସ୍କାର ବିତରଣ ଉତ୍ସବ ରେ ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ନଗରପାଳ ଶ୍ରୀ ମୁକେଶ ଅଗ୍ରୱାଲ ଯୋଗଦାନ କରି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ  । ଏହି ଅବସରରେ ଅନୁଷ୍ଠିତ ସଭା ରେ ପ୍ରିୟଦର୍ଶିନୀ ଇନ୍ଦିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ବିଭୁତି ଭୂଷଣ ମେହେର ସଭାପତିତ୍ବ କରିଥିଲେ  । ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହା କୁ ସହାୟତା କରିଥିଲେ ମାଧ୍ୟମିକ ବିଦ୍ୟାଳୟ ର ପିଇଟି. ସମୀର ସାହୁ ,ଅଧ୍ୟାପକ ସରୋଜ ଠାକୁର, ପ୍ରିୟବ୍ରତ ବଣୁଆ,  ଅଧ୍ୟାପିକା ଓ ଅଧ୍ୟାପିକା। ଦ୍ୱିତୀୟ ଦିନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ କେପଟେନ ଦିବ୍ୟ ଶଙ୍କର ମିଶ୍ର ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧକ୍ଷ୍ୟା ସୁଧିରା ମେହେର,ପୂର୍ବତନ ନଗରପାଳ ମହେଶ ସାହୁ,ପାରିଷଦ ଚକ୍ରଧର ବାଗ ମଞ୍ଚ।ସିନ  ଥିଲେ। ଅଧ୍ୟକ୍ଷ ବିଭୁତି ମେହେର ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଅଧ୍ୟାପକ ସରୋଜ ଠାକୁର ,ପ୍ରିୟବ୍ରତ ବଣୁଆ,ଦେବେନ୍ଦ୍ର ବେହେରା,ସାଗରିକ ଦାସ,ସାଂସ୍କୃତିକ କାର୍ଯ୍ୟକ୍ରମ କୁଓଁକାର ଦଣ୍ଡସେନା,କ୍ଷିତିସ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ କଲେଜରେ ଅଧ୍ୟୟନ କରିଥିବା ପୁରାତନ ଛାତ୍ର ସାମ୍ବାଦିକ କ୍ଷେତ୍ରରେ ଉଲେଖନୀୟ ଅବଦାନ ନିମନ୍ତେ ସମ୍ମାନିତ କରାଯାଇଥିଲା ସେମାନେହେଲେ ବରିଷ୍ଠ ସାମ୍ବାଦିକ ହିମାଂଶୁ ବରାଡ଼, ନରେନ୍ଦ୍ର କ୍ଷିତି, ସନ୍ତୋଷ ସିଂହଦେଓ ,ଖଗେଶ୍ବର ଧଙ୍ଗଡାମାଝୀ,ରବି ସୁନାନୀ,ରାକେଶ ବେମାଲ, ଉଗ୍ରେସନ କନ୍ଦପାନ ପ୍ରମୁଖଙ୍କୁ ମୁଖ୍ୟ ଅତିଥିଙ୍କଦ୍ୱାରା ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଆଦିତ୍ୟ ଖମାରି, କୈଳାସ ମେହେର, ନେତ୍ରାନନ୍ଦ ପ୍ରଧାନ, ହେମନ୍ତ ରଣା, ବନିତା ସାହୁ, ନିତୁ ସାହୁ, ଜ୍ୟୋତି ପାତ୍ର, ବିକାଶ ବେହେରା, ରାମେଶ୍ୱରୀ ରାଜପାଇଲୋ, ବିଶ୍ୱଭୂଷଣ ଅନିଧୁରପୁଝାରି, ରାଜକୁମାରି ବେମାଲ,ଗୁପ୍ତେଶ୍ଵର ସ୍ୱାଇଁ,ସୁଶାନ୍ତ ଧଙ୍ଗଡାମାଝୀ ଓ ପୁରସ୍କାର ବିତରଣୀରେ ସମୀର ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିବା ବେଳେ ଶୁଭାଶିଷ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *