ପାଲଲହଡା,୨୬/୦୧/୨୦୨୫(ଓଡ଼ିଶା ସମାଚାର)-ପାଲଲହଡା ଉପଖଣ୍ଡ ପେଚାମୁଣ୍ଡି ଗ୍ରାମ ପଞ୍ଚାୟତ ଲକ୍ଷ୍ମୀପ୍ରିୟାପୁର ଯୁବକ ସଂଘ ଦ୍ୱାରା ଦଶମ ବାର୍ଷିକ ଏକଦିବସୀୟ ଅନ୍ତଃରାଜ୍ୟ ଭଲି ବଲ ଟୁର୍ନାମେଣ୍ଟ ରେ ମୁଖ୍ୟ ଅତିଥି ସ୍ଥାନୀୟ ସରପଞ୍ଚ ରମେଶ ପ୍ରଧାନ ସଂମାନ୍ନୀତ ପ୍ରଫୁଲ୍ଲ ପ୍ରଧାନ ,ଅତିଥି ରାଜ କିଶୋର ଗଡ଼ନାୟକ , ଟିକେଶ୍ୱର ସାହୁ , ସାଧୁ ଚାତମ୍ବା,ଅବନୀ ପ୍ରଧାନ କୁନା ପ୍ରଧାନ,ଜିତୁ ଗଡ଼ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ସର୍ବମୋଟ ଆଠ ଗୋଟି ଦଳ ଙ୍କୁ ନେଇ ଟୁର୍ନାମେଣ୍ଟ ହୋଇଥିଲା । ଫାଇନାଲ ଖେଳ ଝିମିରିପାଲି ଏବଂ ଦେବଗଡ଼ ସରୁଆଳି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଝିମିରିପାଲି ଚମ୍ପିୟାନ ଏବଂ ସରୁଆଳି ରନର୍ସପ ହୋଇଥିଲା । ଉଭୟ ବିଜେତା ଦଳ କୁ ଟ୍ରଫି ସହିତ ପୁରସ୍କାର ରାଶି ମୁଖ୍ୟ ଅଥିତି ଶ୍ରୀ ପ୍ରଧାନ ପ୍ରଦାନ କରିଥିଲେ । ଖେଳ ପରିଚାଳନା ମୁଖ୍ୟ ରେଫରୀ ଲିତୁ ଗଡ଼ନାୟକ ଏବଂ ମୁନା ପ୍ରଧାନ ସହଯୋଗ କରିଥିଲେ ।
ଲକ୍ଷ୍ମୀପ୍ରିୟାପୁର ଭଲିବଲ ଟୁର୍ନାମେଣ୍ଟ ଝିମିରିପାଲି ଚମ୍ପିୟାନ
