ଯାଜପୁର,୩୦/୦୮/୨୦୨୫ (ଓଡ଼ିଶା ସମାଚାର)- ବୈତରଣୀ ନଦୀରେ ପାଣି ବୃଦ୍ଧି ପାଇଁ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ସୃଷ୍ଟି ହୋଇଛି। ୨୯.୦୮.୨୦୨୫ ରିଖ ତାଲିକା ଅନୁଯାୟୀ ବିଞ୍ଝାରପୁର, ଦଶରଥପୁର ଓ ଯାଜପୁର ବ୍ଲକର ୧୮ଟି ଗ୍ରାମପଞ୍ଚାୟତର ୫୨ଟି ଗ୍ରାମ ବନ୍ୟାରେ ପ୍ରଭାବିତ ହୋଇଛି।
ମୋଟ ୩୭,୩୫୮ ଜଣ ବନ୍ୟାରେ ପ୍ରଭାବିତ ହୋଇଛନ୍ତି , ଯେଉଁଥିରେ ବିଞ୍ଝାରପୁରରେ ୧୬୫ ଜଣ, ଦଶରଥପୁର ବ୍ଲକରେ ୨୫,୩୦୪ ଓ ଯାଜପୁର ବ୍ଲକରେ ୧୧,୮୮୯ ଜଣ ପ୍ରଭାବିତ ହୋଇଛନ୍ତି ।
ଜିଲ୍ଲାରେ ସମୁଦାୟ ୩୨ଟି ଗ୍ରାମ ଜଳବନ୍ଦୀ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା କାର୍ଯ୍ୟ ଜାରି ରହିଛି।
ବନ୍ୟାପୀଡ଼ିତ ଅଞ୍ଚଳରେ ପାଣି ବିଶୁଦ୍ଧିକରଣ ପାଇଁ ବ୍ଲିଚିଙ୍ଗ ପାଉଡର, ଫିନାଇଲ, ORS, ହାଲାଜେନ୍ ଟାବ୍ଲେଟ ଇତ୍ୟାଦି ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ରଖାଯାଇଛି। ଜିଲ୍ଲା ୱୟାର ହାଉସରେ ୪,୭୨୫ କି.ଗ୍ରାମ୍ ବ୍ଲିଚିଙ୍ଗ ପାଉଡର, ୧,୪୫୧ ଲିଟର ଫିନାଇଲ, ୧,୬୪,୮୮୦ ପ୍ୟାକେଟ ORS ଓ ୯୩,୦୦୦ ହାଲାଜୋନ୍ ଟାବ୍ଲେଟ ୬୮୫ ସାପ କାମୁଡା ଔଷଧ, ୧,୭୪୦ ରାବିଜ ନିରାକରଣ ଔଷଧ ସଞ୍ଚୟ ରଖାଯାଇଛି ।
ଦଶରଥପୁରର ୧୯୮ ଟି ଓ ଯାଜପୁରର ୫୧ଟି କୂଅ ସହ ମୋଟ ୨୪୯ ଟି କୂଅ ପ୍ରଭାବିତ ହୋଇଥିବାବେଳେ, ପ୍ରଥମ ପର୍ଯ୍ୟାୟରେ ୯୯ଟି କୂଅରେ ପାଣି ବିଶୁଦ୍ଧିକରଣ କାମ ସମାପ୍ତ ହୋଇଛି।
ପ୍ରଶାସନ ପକ୍ଷରୁ ୧୧ଟି ମେଡିକାଲ୍ ରିଲିଫ୍ ସେଣ୍ଟର ଖୋଲାଯାଇଛି।ବିଞ୍ଝାରପୁରରେ ୧ ଟି ମେଡିକାଲ୍ ଟିମ୍, ଦଶରଥପୁର ରେ ୨ଟି, ଯାଜପୁର ଜିଲ୍ଲାରେ ୧ଟି ମେଡିକାଲ୍ ଟିମ୍ ସହାୟତା କାର୍ଯ୍ୟରେ ଲାଗିଛନ୍ତି।
ବିଞ୍ଝାରପୁର, ଦଶରଥପୁର ଯାଜପୁର ଜିଲ୍ଲାରେ ସମୁଦାୟ ୧୦,୩୭୧ ଓ.ଆର.ଏସ, ୨୪,୪୭୫ ହାଲୋଜେନ ଟାବଲେଟ ବଣ୍ଟନ କରାଯାଇଛି ।
ବନ୍ୟା ପ୍ରଭାବିତ ଅଞ୍ଚଳରେ ୨୨୬ଟି ARI କେସ୍ ଓ ୧୦୯ଟି ଚର୍ମରୋଗ କେସ୍ ଚିହ୍ନଟ ହୋଇଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ସଚେତନ ଓ ସୁରକ୍ଷିତ ରହିବା, ପାଣି ବିଶୁଦ୍ଧିକରଣ ଔଷଧ ବ୍ୟବହାର କରିବା ଓ ସରକାରୀ ସହାୟତାକୁ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଛି।
