ଭୁବନ,୦୪/୦୪/୨୦୨୫ (ଓଡ଼ିଶା ସମାଚାର)-ଭୁବନ ବ୍ଲକ ଅନ୍ତର୍ଗତ ବରୁଆଁ ( ବି)ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷ ଶିଶୁ ବାଟିକା ପାଇଁ ଖଡ଼ି ଛୁଆଁ ଉତ୍ସବ ପୂଜା ପାଠ ସହିତ ଶୁଭାରମ୍ଭ କରାଯାଇଛି। ଆଜି ସାତ ଜଣ ଛାତ୍ର ଛାତ୍ରୀ ଖଡ଼ି ଛୁଇଁ ଶିଶୁ ବାଟିକା ରେ ନାମ ଲେଖାଇଥିଲେ ଓ ପ୍ରଥମ ଶ୍ରେଣୀ ରେ ଚାରି ଜଣ ଛାତ୍ର ଛାତ୍ରୀ ନାମ ଲେଖାଇଥିଲେ।
ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରବେଶ ପ୍ରାରମ୍ଭ ହୋଇଛି। ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ଶ୍ରୀମତୀ ସରସ୍ଵତୀ ପରିଡ଼ା ଯୋଗଦେଇଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ଉତ୍କଳମଣି ବେହେରା ଅଧ୍ୟକ୍ଷତା କରିଥିଲେ । ମୁଖ୍ୟବକ୍ତା ଶ୍ରୀଯୁକ୍ତ ମଣିବ୍ରତ ଦାସ ସି. ଆର .ସି.ସି. ବାରୁଆଁ (ବି),ସମ୍ମାନିତ ଅତିଥି ରୂପେ ଶ୍ରୀମତୀ ଝୁନୁଲତା ବେହେରା ଏବଂ ଶ୍ରୀମତୀ ଜ୍ୟୋତ୍ସ୍ନା ରାଉତ ଯୋଗଦେଇ ଥିଲେ।
ଶିଶୁ ବାଟିକା ଶୁଭାରମ୍ଭ ର ଉଦ୍ଧେଶ୍ୟ ସଂପର୍କରେ ମୂଖ୍ୟ ବକ୍ତା ମହୋଦୟ କହିଲେ ଯେ ” ଶିଶୁ ମାନଙ୍କ ସରଳତା ” ଶିକ୍ଷା ର ଉଦଗମ ସ୍ଥଳ ସହିତ ସହଜରେ ପରିଚୟ କରାଇ ପାରିବ। ଫଳରେ ଶିଶୁ ସହଜରେ ବିଷୟଜ୍ଞାନ,ସଂଖ୍ୟା ଜ୍ଞାନ,ସୃଜନାତ୍ମକ ଜ୍ଞାନ ହାସଲ କରିପାରିବ । ଶିଶୁ ବାଟିକା ର ପରିବେଶ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସହାୟତା ରେ ଶିଶୁ ବିଚାର ର ଉଦ୍ ଗମ ସ୍ଥଳ ସହିତ ପରିଚୟହୋଇ ପାରିବ। ପ୍ରଧାନ ଶିକ୍ଷକ ଓ ଅତିଥିଗଣ ବିଦ୍ୟାଳୟ ର ଉପଲବ୍ଧ ସମସ୍ତ ସୁବିଧା, ସୁଯୋଗ ବିଷୟରେ ଅଭିଭାବକ ମାନଙ୍କୁ ବୁଝାଇ ଥିଲେ।
ବୈଠକ ର ପରିଚାଳନା ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରକାଶ କୁମାର ବେହେରା କରି ଥିବା ବେଳେ ଶିକ୍ଷୟିତ୍ରୀ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ତତ୍ ସହିତ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଶ୍ରୀମତୀ ଗୀତାଞ୍ଜଳି ଆଚାର୍ଯ୍ୟ,ସୁଶ୍ରୀ ଶୁଭ ଲକ୍ଷ୍ମୀ ପ୍ରଧାନ,ବିଦ୍ୟାଳୟ ପରିଚାଳନା କମିଟି ର ସଭ୍ୟ/ ସଭ୍ୟା ମାନେ ସାହାଯ୍ୟ ଓ ସହଯୋଗ କରିଥିଲେ।
