ଭୁବନ,୦୪/୦୪/୨୦୨୫ (ଓଡ଼ିଶା ସମାଚାର)- ବେଆଇନ ବାଲି ଚୋରୀ କୁ ରୋକିବା ସକାଶେ ରାଜ୍ୟ ସରକାର ବେଶ୍ ତତ୍ପରତା ପ୍ରକାଶ କରିଛନ୍ତି । ବାଲି ଚୋରୀ କୁ ଦୃଢ଼ ହସ୍ତରେ ଦମନ କରିବା ସହ ମାଫିଆ ଙ୍କୁ ସାବାଡ କରିବାକୁ ଆଇନ କରି ବନ ବିଭାଗ ଓ ପୋଲିସ କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ବେଆଇନ ବାଲି ଚାଲାଣ ହେଉଥିବା ଖବର ପାଇ ଜିରାଳ ବନପାଳ ଶ୍ରୀମତୀ କବିତା ବିଶ୍ବାଳ ଙ୍କ ନେତୃତ୍ଵରେ ମମତା କୁଅଁର ଓ ସ୍କ୍ୱାଡ ସଦଳ ବଳେ ଚଢ଼ାଉ କରି ଦିଘି ଓ ଗୋରଡିଆ ରୁ ଦୁଇଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିଥିଲେ ।
ବନ ବିଭାଗ ତରଫରୁ ଦୁଇଟି ବାଲି ଗାଡ଼ି ଜବତ
