ବାତ୍ୟା ଆଶଙ୍କା କମ୍ , ପ୍ରବଳ ବର୍ଷିବ

ଆସନ୍ତା ସପ୍ତାହରେ ଆଣ୍ଡାମାନ ଛୁଇଁବ ମୌସୁମୀ
ଭୁବନେଶ୍ୱର,୧୩/୦୫/୨୦୨୬(ଓଡ଼ିଶା ସମାଚାର)- ରାଜ୍ୟରେ ପାଗ ନେଇ ବଡ଼ ଅପଡେଟ୍ । ଆଗାମୀ ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା, ବିଜୁଳି ଘଡ଼ଘଡ଼ି ଓ ଝଟକା ପବନ ହେବାର ସମ୍ଭାବନା ଥିବାରୁ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୧୩ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ କେତେକ ଜିଲାରେ ବିଜୁଳି ସହ ଘଡ଼ଘଡ଼ି ଏବଂ ପ୍ରବଳ ବେଗରେ ପବନ ବହିପାରେ । କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ମଧ୍ୟ ରହିଛି । ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ସହ ସାଧାରଣ ଲୋକଙ୍କୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ବିଶେଷକରି କାଳବୈଶାଖୀ ସମୟରେ ବଜ୍ରପାତର ଆଶଙ୍କା ଥିବାରୁ ଖୋଲା ସ୍ଥାନରେ ନ ରହିବା, ଗଛ ତଳେ ଆଶ୍ରୟ ନ ନେବା ଏବଂ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଗତ କିଛି ଦିନ ଧରି ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଲୋକେ ନାକେଦମ୍ ହୋଇପଡ଼ିଥିବା ବେଳେ ଏହି ବର୍ଷା କିଛି ଆଶ୍ୱସ୍ତି ଆଣିପାରେ । ତାପମାତ୍ରା ହ୍ରାସ ପାଇବା ସହ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି ଅନୁମାନ କରାଯାଉଛି । ଏହାସହ କୃଷି କାର୍ଯ୍ୟ ପାଇଁ ମଧ୍ୟ ଏହି ବର୍ଷା ଲାଭଦାୟକ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି । ତେବେ ୧୮ ଓ ୧୯ ତାରିଖ ପାଇଁ କୌଣସି ବିଶେଷ ୱାର୍ଣ୍ଣିଂ ଜାରି କରାଯାଇନାହିଁ ।

Leave a Reply

Your email address will not be published. Required fields are marked *