ଉତ୍କଳ ଦିବସ ରେ ମଧୁ ବାବୁଙ୍କ ଜନ୍ମପୀଠ ସତ୍ୟଭାମାପୁର ଚଳଚଞ୍ଚଳ

ସାଲେପୁର,୦୧/୦୪/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )-ନବଉତ୍କଳର ନିର୍ମାତା ଉତ୍କଳ ଗୌରବ ମଧୁସୂଦନ ଦାସ  ଙ୍କ ଜନ୍ମ ପୀଠ ସାଲେପୁର ର ସତ୍ୟଭାମା ପୁର ଆଜି ଚଳଚଞ୍ଚଳ ହୋଇଉଠିଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ, ଜନସାଧାରଣ ଛାତ୍ରଛାତ୍ରୀ ଙ୍କର ଧାଡିଲାଗିଛି ସତ୍ୟଭାମା ପୁର  କୁ ଆସୁଛନ୍ତି ।

 ଆଜି ସମଗ୍ର ରାଜ୍ୟରେ  ଉତ୍କଳ ଦିବସପାଳନ କରାଯାଉଛି । ଆଜିର ମହାନ ଦିବସ କୁ ସମଗ୍ର ରାଜ୍ୟରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଉଛି । ଏହି  ସ୍ବତନ୍ତ୍ର ଉତ୍କଳ ପ୍ରଦେଶ  ଗଠନ ରେ ଯେଉଁ ପ୍ରମୁଖ ବିନ୍ଧାଣି ମାନେଗୁରୁତ୍ୱପୂର୍ଣ୍ଣ  ଭୂମିକା ଗ୍ରହଣକରିଥିଲେ,ସେମାନେ ହେଲେ ଉତ୍କଳ ଗୌରବ ମଧୁସୂଦନ ଦାସ, ପାରଳା ମାହାରାଜା କୃଷ୍ଣଚନ୍ଦ୍ର ଗଜପତି,ବ୍ୟାସକବି ଫକୀରମୋହନ ସେନାପତି,ଉତ୍କଳ ମଣିଗୋପବନ୍ଧୁ ଦାସ,ସ୍ୱଭାବ କବି ଗଙ୍ଗାଧର ମେହେର,ରାଧାନାଥ ରାୟ ପ୍ରମୁଖ ଅନ୍ୟତମ ।

ବଙ୍ଗ ,ବିହାର ,ଓଡିଶା ଏକତ୍ର ଥିଲା।ବଙ୍ଗୀୟ ମାନେ ଓଡିଶା ରେ ରାଜୁତି କରୁଥିଲେ ଓ ଓଡିଶା ର ଲୋକମାନଙ୍କୁ ନୀଚ ଓ  ହୀନଦୃଷ୍ଟିରେ ଦେଖୁଥିଲେ। ଓଡିଶା କୁ ସ୍ୱତନ୍ତ୍ର ଭାଷାଭିତ୍ତିକ ରାଜ୍ୟ ରେ ପରିଣତ କରିବାରେ ଆମ  ବରପୁତ୍ର ମାନଙ୍କ ଅବଦାନଅତୁଳନୀୟ  । ଆମ ରାଜ୍ୟ ଓଡିଶା  ୧୯୩୬ମସିହା ଏପ୍ରିଲ ମାସ ୧ତାରିଖରେ ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ରେ ପରିଣତ ହୋଇଥିଲା।

ବାସ୍ତବ କ୍ଷେତ୍ରରେ  ଆମ ରାଜ୍ୟ ଓଡିଶା ଆଜି ବହୁ ପ୍ରଗତିପଥରେ ଅଗ୍ରସର ହୋଇଛି ସତ, ମାତ୍ର  ବିଡ଼ମ୍ବନା ର ବିଷୟ ଯେ ଓଡିଶା ର ଯେଉଁ ଵୀର ଓ ବରପୁତ୍ର ମାନେ ସେମାନଙ୍କ ତ୍ୟାଗ ନିଷ୍ଠା ଓ ଏକାଗ୍ରତା ବଳରେ ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟରେ  ପରିଣତ କରିଛନ୍ତି, ସେମାନଙ୍କୁ ଆମେ ଉପଯୁକ୍ତ ସମ୍ମାନ ପ୍ରଦାନ ପୂର୍ବକ  ମନେରଖିବା ଅପରିହାର୍ଯ୍ୟ । ସେହିପରି ସରକାରୀ ସ୍ତରରେ ଆବଶ୍ୟକ  ପଦକ୍ଷେପ  ନିଆଯାନ୍ତା, ତେବେ ଓଡ଼ିଆ ଭାଷା କୁ ପ୍ରତ୍ୟକ କାର୍ଯ୍ୟାଳୟ ରେ ବାଧ୍ୟତାମୂଳକ କରାଯିବା ସହିତ ପ୍ରତ୍ୟକ ସରକାରୀ ଅଫିସ ପରିସରରେ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଆନ୍ତା ବୋଲି ମତପ୍ରକାଶ ପାଉଛି ।

ଉତ୍କଳଗୌରବ ମଧୁସୂଦନ ଙ୍କ ଜନ୍ମମାଟି ସାଲେପୁର ର ସତ୍ୟଭାମାପୁର ରେ ଆଜି ଉତ୍କଳ ଦିବସ ଉପଲେକ୍ଷେ ବହୁ ବିଶିଷ୍ଟ ବ୍ୟକ୍ତି, ସାହିତ୍ୟିକ, ରାଜନେତା, ସଂସ୍କୃତି ପ୍ରେମୀ ଉପସ୍ଥିତ ରହି ମଧୁ ବାବୁ ଙ୍କ ପୂର୍ଣ୍ଣବୟବ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟା ଅର୍ପଣ କରିଥିଲେ । ଆଜି ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଜନ୍ମମାଟି ସତ୍ୟଭାମାପୁରେ ମୁଖ୍ୟମନ୍ତ୍ରୀ ଙ୍କ ସମେତ ରାଜ୍ୟ ମନ୍ତ୍ରୀ ମଣ୍ଡଳ ର ସଦସ୍ୟ ଯୋଗଦେଇ ରାଜ୍ୟ ସ୍ଥରୀୟ ଉତ୍କଳ ଦିବସ ପାଳନ କରିଛନ୍ତି ।

Leave a Reply

Your email address will not be published. Required fields are marked *