କେନ୍ଦ୍ରାପଡ଼ା,୦୨/୦୫/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ମିଳିତ ଟ୍ରେଡ ୟୁନିୟନ ପକ୍ଷରୁ ସଭାପତି ଜଗତଜୀବନ ଦାଶଙ୍କ ସଭାପତିତ୍ୱରେ କେନ୍ଦ୍ରାପଡା ସହରର ଖଡିଅଙ୍ଗ ସ୍ଥିତ ସିଟୁ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତିକ ଶ୍ରମଦିବସ ଉପଲକ୍ଷେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିିତ ହୋଇଯାଇଛି । ଏହି ବୈଠକରେ ଜିଲା ମିଳିତ ଟ୍ରେଡ ୟୁନିୟନର ସାଧାରଣ ସମ୍ପାଦକ ସୌମ୍ୟରଞ୍ଜନ ଧଳ, ଏ.ଆଇ.ଟି.ୟୁ.ସିର ବରିଷ୍ଠ ଶ୍ରମିକ ନେତା ବାବାଜୀ ଧଳ, ଆଇ.ଏନ.ଟି.ୟୁ.ସିର ବରିଷ୍ଠ ଶ୍ରମିକ ନେତା ମୁକ୍ତାର ଖାଁ, ଗ୍ରାମୀଣ ଚାଷୀ ମୂଲିଆ ସଂଘ ସଭାପତି ବସନ୍ତ ସେଠୀ, ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୁଲିଆ ସଂଘ ରାଜ୍ୟ ସାଧାରଣ ସମ୍ପାଦକ ଫକିର ଚରଣ ଖଟୁଆ, କଳିଙ୍ଗ ଭାରତ ଶ୍ରମିକ ସଂଘର ରାଜ୍ୟ ସମ୍ପାଦକ ପ୍ରକାଶ ମହାନ୍ତି, ଓ.ସି.ଡବ୍ଲୁ୍ୟ.ୟୁର ସାଧାରଣ ସମ୍ପାଦକ ମାଧବ ଦାସ, ପି.ଓ.ଏନ୍.ଏସ୍.ଏସ୍.ର ରାଜ୍ୟ ସଭାପତି ଚିତରଞ୍ଜନ ତରାଇ, ନାରୀ ନେତ୍ରୀ ସୁହାନା ବେଗମ, କେନ୍ଦ୍ରାପଡା ଜିଲା ବିଶିଷ୍ଠ ଶ୍ରମିକ ନେତା କୃଷ୍ଣ ଚନ୍ଦ୍ର ରାଉତ, ବାମପନ୍ଥୀ ନେତା ମାୟାଧର ଧଳ ପ୍ରମୁଖ ୬୪ଟି ଟ୍ରେଡ ୟୁନିୟନର ଶ୍ରମିକ ନେତା ମାନେ ଯୋଗଦେଇ ଆନ୍ତର୍ଜାତିକ ଶ୍ରମଦିବସରେ ଶ୍ରମିକ ମାନଙ୍କୁ ଉଦ୍ବୋଧନ ଦେଇ ସେମାନଙ୍କ ଅଧିକାର ଉପରେ ଆଲୋକ ପାତ କରିଥିଲେ ।