ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ନିର୍ମଳ ମୁଣ୍ଡା ବୌଦ୍ଧିକ ବକ୍ତୃତାମାଳାର ସପ୍ତମ ଅର୍ଘ୍ୟ

ରାଉରକେଲା, ୧୭/୦୧/୨୦୨୪ (ଓଡ଼ିଶା ସମାଚାର)- ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଚାଲିଥିବା ‘ନିର୍ମଳ ମୁଣ୍ଡା ବୌଦ୍ଧିକ ବକ୍ତୃତା ଶୃଙ୍ଖଳା’ର ସପ୍ତମ ଅର୍ଘ୍ୟ କାର୍ଯ୍ୟକ୍ରମରେ ‘କ୍ବାଣ୍ଟମ୍ ମେକାନିକ୍ସ ଓ କ୍ବାଣ୍ଟମ କମ୍ପ୍ୟୁଟିଙ୍ଗ’ ଶୀର୍ଷକ ଅଭିଭାଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସ୍ନାତକୋତ୍ତର ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ବିଭାଗୀୟ ଛାତ୍ରୀ ଫାତିମା ରିଜ୍ୱାନ।ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତାଭାବେ ଏନ୍ଆଇଟି ରାଉରକେଲାର ପ୍ରାକ୍ତନ ନିର୍ଦ୍ଦେଶକ ତଥା ବ୍ରହ୍ମପୁର ନିଷ୍ଟ୍ର ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ଡ ସୀମାଞ୍ଚଳ ପାଣୀଗ୍ରାହୀ ଯୋଗଦେଇଥିଲେ। ସମ୍ପ୍ରତି ସୂଚନା ଓ ପ୍ରଯୁକ୍ତି ବିଜ୍ଞାନର ବ୍ୟାପକ ଅଭିବୃଦ୍ଧି ଓ ପ୍ରଚାର ଏବଂ ପ୍ରସାର ଦିଗରେ କ୍ବାଣ୍ଟମ ମେକାନିକ୍ସ ଓ କ୍ବାଣ୍ଟମ କମ୍ପ୍ୟୁଟିଙ୍ଗର ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଡ ପାଣିଗ୍ରାହୀ ଆଲୋଚନା କରିଥିଲେ ।ବିଶେଷ କରି ବିଭିନ୍ନ ପ୍ରରକାରର ପ୍ରଯୁକ୍ତିବିଦ୍ୟା ଜନିତ ପାଠ୍ୟକ୍ରମ, ମହାକାଶ ବିଜ୍ଞାନ ଆଦି କ୍ଷେତ୍ରରେ କ୍ବାଣ୍ଟମ୍ କମ୍ପ୍ୟୁଟିଙ୍ଗ ପୂର୍ବରୁ ଥିବା କ୍ଲାସିକାଲ କମ୍ପ୍ୟୁଟିଙ୍ଗଠାରୁ ଯଥେଷ୍ଟ ଉନ୍ନତ ବୋଲି ଡ ପାଣିଗ୍ରାହୀ କହିଥିଲେ।  ଏହି କ୍ରମରେ ଭାରତ ସରକାରଙ୍କ ଦ୍ବାରା କ୍ବାଣ୍ଟମ କମ୍ପ୍ୟୁଟିଙ୍ଗ କ୍ଷେତ୍ରରେ  ଆସନ୍ତା କିଛି କିଛି ବର୍ଷ ମଧ୍ୟରେ ପ୍ରାୟ ୬ହଜାର କୋଟି ଟଙ୍କାର ନିବେଶ କରାଯିବ ବୋଲି ଡ ପାଣିଗ୍ରାହୀ ସୂଚନା ଦେଇଥିଲେ। ଏହା ଦ୍ବାରା କ୍ବାଣ୍ଟମ୍ କମ୍ପ୍ୟୁଟିଙ୍ଗ ଓ କ୍ବାଣ୍ଟମ ମେକାନିକ୍ସ କେତ୍ରରେ ବ୍ୟାପକ ଅଭିବୃଦ୍ଧି ସହିତ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ମୁଖ୍ୟ ପ୍ରଫେସର ଡ ଅନ୍ନପୂର୍ଣ୍ଣା ମହାନ୍ତ ସ୍ୱାଗତ ଭାଷଣ ଦେଇଥିଲେ। ଏଥିରେ ବକ୍ତୃତାମାଳା ସିରିଜ ର ସଂଯୋଜିକା ଡ ସସ୍ମିତା ସାମଲଙ୍କ ସମେତ  ବିଭାଗୀୟ ଅଧ୍ୟାପିକା ଡ ରଞ୍ଜନା ରାଣି ଦାସ ଓ ସନ୍ତୋଷିନୀ ପାତ୍ରଙ୍କ ସମେତ ଡ ଶୁଭଜ୍ୟୋତି ମହାପାତ୍ର,  ଡ ସତ୍ୟବ୍ରତ ଶତପଥି, ଡ ନିରଞ୍ଜନ ସାହୁ, ଡ ବିଶ୍ୱନାଥ ପରିଜା ଓ ଅଶୋକ କୁମାର ମିଞ୍ଜ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସକ୍ରୀୟ ସହଯୋଗ କରିଥିଲେ। ଏଥିରେ ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନଙ୍କ ସହିତ ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *