କଡଲା ଗ୍ରାମ ରେ ଘର ପୋଡି,ଜଳି ପୋଡି ପାଉଁଶ ହେଲା ଦେଢ ବଖରା ଘର

ଖଜୁରିଆକଟା, ୨୮/୦୩/୨୦୨୫ (ଓଡ଼ିଶା ସମାଚାର)- ଗତକାଲି ଗୁରୁ ବାର ସଂନ୍ଧ୍ୟା ୭ ଘଟିକା ସମୟ ରେ ଢେଙ୍କାନାଳ ଜିଲ୍ଲା,ଵାଲିମି ଥାନା ଅର୍ନ୍ତଗତ କଡଲା ଗ୍ରାମ ର ଅଧିବାସୀ ବିକାଶ ଗୋଛୟତ ଙ୍କ ଚାଳ ଛପର ଘରେ କୌଣସି କାରଣ ରୁ ନିଆଁ ଲାଗି ଯାଇ ଘର ର ଆସବାବ ପତ୍ର ସହିତ ଜରୁରୀ କାଗଜପତ୍ର ମଧ୍ୟ ପୋଡିଯାଇଛି। ଗ୍ରାମବାସୀ ଙ୍କ ସହାୟତା ରେ ନିଆଁ କୁ ଆୟତ୍ତ କରାଯାଇ ଥିଲା।

ଵାଲିମି ଦମକଳ ବିଭାଗ ର କର୍ମଚାରୀ ମାନେ ମଧ୍ୟ ନିଜର କର୍ତ୍ତବ୍ୟ ସମ୍ପାଦନ କରିଥିଲେ। ୍ଣସ ଜଣେ ଦିନ ମଜୁରୀଆ । କଡଲା ଗ୍ରାମ ସରପଞ୍ଚ ଶ୍ରୀମତି ଅନୁପମା ନାଥ ନିଜର ପ୍ରତିନିଧି ପଠାଇ ନିଜର ଦାୟିତ୍ୱ ନିର୍ବାହ କରିବା ସହିତ ସମବେଦନା ଜ୍ଞାପନ ପୂର୍ବକ ସାନ୍ତ୍ଵନା ପ୍ରଦାନ କରିଥିଲେ। ଗ୍ରାମବାସୀ ମାନେ ସରକାରୀ ସହାୟତା ପାଇଁ ଦାବି ପ୍ରଶାସନ ନିକଟରେ କରିଛନ୍ତି ।

Leave a Reply

Your email address will not be published. Required fields are marked *