ଗରଦପୁର, ୨୮/୦୩/୨୦୨୫(ଓଡ଼ିଶା ସମାଚାର)- କୋରୁଆସ୍ଥିତ ଲୋକନାଥ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆନ୍ତଜାୟତିୟ ନାଟ୍ୟ ଦିବସ ପାଳିତ ହୋଇ ଯାଇଛି । ଆୟୋଜିତ ଉତ୍ସବରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଡ଼ ବିଚିତ୍ରା ମଂଜରୀ ତ୍ରିପାଠି ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ମେଜର ମନୋରଂଜନ ମହାନ୍ତି ଯୋଗଦେଇ ସେସ୍କସପିଅର ଙ୍କ ପ୍ରସିଦ୍ଧ ନାଟକର ସଂଳାପ ପ୍ରକାଶ ପୂର୍ବକ ଛାତ୍ର ଛାତ୍ରୀ ମାନଙ୍କୁ ନାଟ୍ୟ ମନସ୍ଥ ହେବାକୁ ଆହ୍ୱାନ ଦେଇଥିଲେ ।
ଏଥିରେ ଇଂରାଜୀ ବିଭାଗର ଅଧ୍ୟାପିକା ଡ଼ ଐଶୂର୍ଯ୍ୟା ମିଶ୍ର, ଅଧ୍ୟାପକ ସତ୍ୟବ୍ରତ ଜେନା, ଅଧ୍ୟାପକ ଦୂର୍ଗା ପ୍ରସାଦ ଷଢ଼ଙ୍ଗି, ଓଡ଼ିଆ ବିଭାଗର ଅଧ୍ୟାପିକା ଚିନ୍ମୟୀ ଜେନା, ନାଟ୍ୟ ଶାସ୍ତ୍ରର ବିଶେଷତ୍ୱ ବର୍ଣ୍ଣନା କରିଥିଲେ । ଏଥବ ସହିତ ଡ଼ ସ୍ନେହାଂଜଳି ମହାପାତ୍ର ନାଟକରେ ରସର ପ୍ରୟୋଗ ଓ ଅଧ୍ୟାପିକା ଏଲିନା ପରିଡ଼ା ନାଟକ ଜୀବନ ସହ ସଂଶ୍ଳିଷ୍ଟ ପ୍ରସଙ୍ଗରେ ଆଲୋକପାତ କରିଥିଲେ । ପରିଶେଷରେ ଅଧ୍ୟାପକ ସୁରେନ୍ଦ୍ର କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବହୁ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।
ସେହିପରି ଗତକାଲି କଳାବୁଦା ବାରୁଣି ଠାରେ ଚାଲିଥିବା ପବିତ୍ର ବାରୁଣି ସ୍ନାନ ଅବସରରେ କଲେଜ ସମ୍ମୁଖରେ ପଥିକଙ୍କ ତୃର୍ଷ୍ଣା ମେଂଟାଇବା ପାଇଁ ମହାବିଦ୍ୟାଳୟର ଏନଏସଏସ ତରଫରୁ ଜଳଛତ୍ର ଖୋଲା ଯାଇଥିଲା । ଏଥିରେ ଏନଏସଏସ ଅଫିସର ସତ୍ୟଜିତ ବେଉରା , ତୁଷାରକାନ୍ତ ପରିଡ଼ା , ଡ଼ ବିଚିତ୍ରା ମଂଜରୀ ତ୍ରିପାଠି, ଟୁମାନ ସି ଭେଙ୍ଗରା, ଚିନ୍ମୟୀ ଜେନା, ଅଧ୍ୟକ୍ଷ ମେଜର ମନୋରଂଜନ ମହାନ୍ତିଙ୍କ ସମେତ ଏନଏସଏସ ଭଲ୍ୟୁନ୍ଟରମାନେ ସାମିଲ ହୋଇଥିଲେ ।