ମଧୁ ଶାସନ ପଂଚାୟତ ସରପଂଚଙ୍କ ବିରୁଦ୍ଧରେ ଆଗତ ଅନାସ୍ତା ପ୍ରସ୍ତାବ କାଟ ଖାଇଲା 

ଗରଦପୁର,୨୬/୦୩/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଗରଦପୁର ବ୍ଲକ୍ ଅନ୍ତର୍ଗତ ମଧୁ ଶାସନ ପଂଚାୟତର ସରପଂଚ ମଂଜୁଲତା ବେହେରା ଙ୍କ ବିରୁଦ୍ଧରେ ଆଗତ କରାଯାଇଥିବା ଅନାସ୍ତା ପ୍ରସ୍ତାବ କାଟ ଖାଇ ଯାଇଛି ।  ଖବର ରୁ ପ୍ରକାଶ ଯେ ସରପଂଚ ମଂଜୁଲତା ଙ୍କ ବିରୁଦ୍ଧରେ ପଂଚାୟତର ୯ ଜଣ ୱାର୍ଡ଼ ସଭ୍ୟ କେନ୍ଦ୍ରାପଡ଼ା ଉପଜିଲାପାଳଙ୍କ ନିକଟରେ ଅନାସ୍ତା ପ୍ରସ୍ତାବ ଆଗତ କରିଥିଲେ ।

ଏ ସମ୍ପର୍କରେ ଗତ ଜାନୁଆରୀ ୨ ତାରିଖରେ ୱାର୍ଡ଼ ସଭ୍ୟମାନେ ପଂଚାୟତ ରେ ଆଗତ କରିଥିବା ରିଜଲ୍ୟୁସନ କରିଥିଲେ । ଉପଜିଲାପାଳଙ୍କ ପାଖରେ ୯ ଜଣ ୱାର୍ଡ଼ ସଭ୍ୟ ଦସ୍ତଖତ ସମ୍ବଳିତ ପଂଚାୟତ ରିଜଲ୍ୟୁସନ ଆଧାରରେ ଗତ ୨୧ ତାରିଖରେ ଜିଲାପାଳ ଏକ ସମୟ ଧାର୍ଯ୍ୟ କରି ୱାର୍ଡ଼ ସଭ୍ୟ ମାନଙ୍କର ଦସ୍ତଖତ ତନଖି କରିଥିଲେ । ହେଲେ ସେଥିରେ ୯ ଜଣ ୱାର୍ଡ଼ ସଭ୍ୟ ଙ୍କ ମଧ୍ୟରୁ ୨ ଜଣ ୱାର୍ଡ଼ ସଭ୍ୟ ଅନୁପସ୍ଥିତ ଥିବାବେଳେ ୱାର୍ଡ଼ ସଭ୍ୟା ସାବିତ୍ରୀ ସାହୁଙ୍କ ଦସ୍ତଖତ ମିଶି ନଥିଲା ।

ଫଳରେ ୱାର୍ଡ଼ ମ୍ବେରମାନେ ଦାଖଲ କରିଥିବା ଦରଖାସ୍ତ ସହିତ ଅନାସ୍ତା ପାଇଁ ଆସିଥିବା ରିଜ୍ୟଲୁସନ୍ କୁ ଉପଜିଲାପାଳ ଚିଠି ନଂ- ୩୭୭୫୧ରେ ନାକଚ କରିଦେଇଥିବା ଜଣାପଡ଼ିଛି । ଫଳରେ ସରପଂଚ ମଂଜୁବାଳା ବେହେରା ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *