କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ଯଜ୍ଞରେ ଉପସ୍ଥିତ ରହି ଅର୍ଶିବଚନ ନେଲେ
କେନ୍ଦ୍ରାପଡା, ୨୬/୦୩/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଗ୍ରାମପଂଚାୟତର ଇନ୍ଦୁପୁର ଠାରେ ବୁଧବାର ପହଂଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଧର୍ମପତ୍ନୀ ଡ. ପ୍ରିୟଙ୍କା ମାରାଣ୍ଡି । ଇନ୍ଦୁପୁର ବାରୁଣୀ ତୀର୍ଥସ୍ନାନ ମହୋତ୍ସବର ୨୩ତମ ବାର୍ଷର୍ିକଉତ୍ସବ ଅବସରରେ କ୍ଷତିଜ୍ୟୋତି ଆଶ୍ରମ, ଇନ୍ଦୁପୁର ଶାଖା ଏବଂ ଅର୍ନ୍ତରାଷ୍ଟ୍ରୀୟ ଆଧ୍ୟାତ୍ମିକ ସାମାଜିକ ବିକାଶ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ବିଶ୍ୱଶାନ୍ତି କୈବଲ୍ୟ ମହାଯଜ୍ଞରେ ଡ. ମାରାଣ୍ଡି ଯୋଗଦେଇ ଆର୍ଶିବଚନ ଗ୍ରହଣ କରିଥିଲେ । ଏହି ଅବସରରେ ଶ୍ରୀମତୀ ମାରାଣ୍ଡୀଙ୍କୁ ଉତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।

ଶ୍ରୀମତୀ ମାରାଣ୍ଡିଙ୍କ ଗସ୍ତ ସଂପୂର୍ଣ୍ଣ ନିରାଡମ୍ବର ଥିଲା । ଶ୍ରୀମତୀ ମାରାଣ୍ଡିଙ୍କୁ ଦେଖିବା ପାଇଁ ସ୍ଥାନୀୟ ଅଂଚଳର ବହୁ ଜନତାଙ୍କର ସେଠାରେ ସମାଗମ ହୋଇଥିଲା । ପ୍ରାୟ ଏକଘଂଟାକାଳ ଶ୍ରୀମତୀ ମାରାଣ୍ଡି ଯଜ୍ଞସ୍ଥଳରେ ଉପସ୍ଥିତ ରହି ଅର୍ଶିବଚନ ଗ୍ରହଣ କରିଥିଲେ । ଏହାପରେ ଶ୍ରୀମତୀ ମାରାଣ୍ଡି ଇନ୍ଦୁପୁର ଜଳସେଚନ ଡାକବଙ୍ଗଳାରେ କିଛି ସମୟ ବିଶ୍ରାମ ନେଇ ଭୁବନେଶ୍ୱର ଫେରିଯାଇଥିଲେ । ଏହି ଯଜ୍ଞରେ ଶ୍ରୀମତୀ ମାରାଣ୍ଡିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ଅନ୍ୟମାନଙ୍କ ମଧ୍ୟରେ କ୍ଷତିଜ୍ୟୋତି ଆଶ୍ରମ, ମାହାଙ୍ଗାର ବିଶିଷ୍ଟ ପ୍ରବଚକ ସତ୍ୟଚୈତନ୍ୟ ଦାସ(ସୁନିଲବାବା), ଗୁପ୍ତବ୍ରହ୍ମ ସ୍ୱର୍ଣ୍ଣକ୍ଷେତ୍ର ମାହାଙ୍ଗାର ପ୍ରଧାନ ଆଚାର୍ଯ୍ୟ ବିରଂଚିନାରାୟଣ ଦାସ, ବାରୁଣୀ ତୀର୍ଥସ୍ନାନ ଚାରିଟେବୁଲ ଟ୍ରଷ୍ଟର ଟ୍ରଷ୍ଟି ପ୍ରକାଶ କୁମାର ଜେନା, ସ୍ଥାନୀୟ ସରପଂଚ ପ୍ରଦୀପ୍ତରଞ୍ଜନ ସୂତାର, ସମିତିସଭ୍ୟା ସୁନନ୍ଦା ମଳିକ, ସମାଜସେବୀ ଦେବାଶିଷ ସାମଲ, ଇନ୍ଦୁପୁର ଶାଖାର ଶାଖାପରିଚାଳକ ବଂଶୀଧର ମଳିକ, ସମ୍ପାଦକ ଗନ୍ଧର୍ବ ମଳିକ, ଆଶ୍ରମର ପୂଜକ ଆଚାର୍ଯ୍ୟ ଅନିଲ କୁମାର ଦାସ ଓ ସୁନିଲ କୁମାର ମଳିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *