ଓଡ଼ିଶା ନିର୍ମାଣ ନିଗମର ୨୯୦ ତମ ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୫/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ନିର୍ମାଣ ନିଗମ(ଓସିସିଏଲ)ର ୨୯୦ତମ ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ(ବୋର୍ଡ ଅଫ୍ ଡିରେକ୍ଟର୍ସ) ବୈଠକ ଆଜି ଅପରାହ୍ଣରେ  ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓସିସିଏଲର ଅଧ୍ୟକ୍ଷା ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେଭୁବନେଶ୍ୱର ୟୁନିଟ୍-୮ ସ୍ଥିତ ଓସିସିଏଲର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

          ଉକ୍ତ ବୈଠକରେଆଗାମୀ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ  ଓସିସିଏଲ ତରଫରୁ ପ୍ରସ୍ତାବିତ କାର୍ଯ୍ୟ ନିମନ୍ତେ ବଜେଟ୍ ଅନୁମୋଦନ କରାଯାଇଥିଲା । ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ମୁତାବକ ବିଭିନ୍ନ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଉନ୍ନୟନ କମିଶନର ତଥା ଓସିସିଏଲର ଅଧ୍ୟକ୍ଷା ଶ୍ରୀମତୀ ଗର୍ଗ ସମୀକ୍ଷା କରିଥିଲେ ।ଆଗାମୀ ଦିନରେ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ ଶେଷ କରିବା ପାଇଁ ଯେଉଁ ସବୁ ଆହ୍ୱାନ ରହିବ,    ତାହାକୁ ଦୃଷ୍ଟିରେ ରଖି ଓସିସିଏଲର କାର୍ଯ୍ୟଧାରାକୁ ଅଧିକ ସୁଦୃଢୀକରଣ କରିବାକୁ ସେ ଆବଶ୍ୟକ ପରାମର୍ଶ ଦେଇଥିଲେ ।

-0-

ସଚ୍ଚିଦାନନ୍ଦ ବେହେରା ,ସୂଚନା  ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *