ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର – ୮୪ୟୁନିଟ ରକ୍ତ ସଂଗ୍ରହ

ଖଜୁରିଆକଟା,୨୫/୦୩/୨୦୨୫ (ଓଡ଼ିଶା ସମାଚାର)- “ରକ୍ତଦାନ ମହାପୁର୍ଣ୍ୟ” ସ୍ୱରୂପ ଦୈବୀବାଣୀକୁ ଆଜି କାର୍ଯ୍ୟରେ ପରିଣତ କରି ଦେଖାଇଛନ୍ତି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ କର୍ତୃପକ୍ଷ। ଆଜି ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଉପଖଣ୍ଡ ଚିକିତ୍ସାଲୟରେ ଅନୁଷ୍ଠିତ ହୋଇଯାଇଥିଲା । ଏଥିରେ ମୁଖ୍ୟଅତିଥି ଭାବରେ ହିନ୍ଦୋଳ ଉପଜିଲ୍ଲାପାଳ ସୁକାନ୍ତ ବେଉରା ଯୋଗଦେଇ ଉଦଘାଟନ କରିଥିଲେ ।

ସମ୍ନାନିତ ଅତିଥି ଭାବରେ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ସୁଧାଂଶୁ ମିଶ୍ର, ଏନଏସି ଅଧ୍ୟକ୍ଷ କେଶବ ପ୍ରଧାନ ଯୋଗଦେଇଥିଲେ। ଏହି ରକ୍ତଦାନ ଶିବିରରେ ମୁଖ୍ୟ ବିଷୟ ଥିଲା ସାଧାରଣ ଜନତାଙ୍କ ବ୍ୟତୀତ ଚିକିତ୍ସାଳୟ କର୍ମଚାରୀ, ଏନଏସି, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ପୋଲିସ କର୍ମଚାରୀ, ସାମ୍ବାଦିକ,ସ୍ବେଛାସେବୀ,ବୁଦ୍ଧିଜୀବୀଙ୍କ ସମେତ ବହୁ ସରକାରୀ କର୍ମଚାରୀ, ଯୁବଗୋଷ୍ଠୀ ରକ୍ତଦାନ କରି ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲେ।

ଏହି ରକ୍ତଦାନ ଶିବିରରେ ମୋଟ ୮୪ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।  ଢେଙ୍କାନାଳ ମୁଖ୍ୟଚିକିତ୍ସାଳୟ ବ୍ଲଡ଼ବ୍ୟାଙ୍କ କର୍ମଚାରୀ, ହିନ୍ଦୋଳ ଡାକ୍ତରଖାନାର ମୁଖ୍ୟ ଚିକିତ୍ସାଧିକାରୀଙ୍କ ପୃଷ୍ଠପୋଷକରେ ସମସ୍ତ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରି ରକ୍ତଦାନ ଶିବିରକୁ ସାଫଲ୍ୟ କରିଥିଲେ। ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ପ୍ରଶାସନ ପକ୍ଷରୁ ଏଭଳି ଏକ ମହତପୂର୍ଣ୍ଣ ରକ୍ତଦାନ ଶିବିର ଆୟୋଜନ ପାଇଁ ଜନସାଧାରଣ ଅନୁପ୍ରାଣିତ ହେବାସହ ଚିକିତ୍ସାଳୟ କର୍ତୃପକ୍ଷଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *