ସାଲେପୁର ରେ ବନ୍ଧୁକ ଦେଖାଇ ଡକାୟତି : ଲୁଟି ନେଲେ ସୁନା ଓ ଟଙ୍କା 

ସାଲେପୁର,୨୫/୦୩/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )-ମାହାଙ୍ଗା ଡକାୟତି ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ସୋମବାର ରାତିରେ ପୁନର୍ବାର  ଡକାୟତ ମାନେ ଘରର ସଦସ୍ୟ ମାନଙ୍କୁ  ସୁନା ଅଳଙ୍କାର ସମେତ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ସାଲେପୁର ଥାନାରେ ଅଭିଯୋଗ ହୋଇଛି ।

ଘଟଣା ଘଟିଛି ଶିଶୁଆ ଯାହାଙ୍ଗୀ୍ରାବାଦ ଗ୍ରାମରେ । ସୂଚନା ଅନୁଯାୟୀ, ଚାରିଜଣ ଡକାୟତ ବିଜୟ ମହାନ୍ତି ଙ୍କ ଘରେ ଛାତ ଉପର ସିଡିଘର କବାଟ ଭାଙ୍ଗି ଘରେ ପ୍ରବେଶ କରିଥିଲେ । ବିଜୟ ମହାନ୍ତି ଙ୍କ ସମେତ ଅନ୍ୟମାନଙ୍କୁ କାବୁକରି ଆଲମିରା ଭାଙ୍ଗି ଝିଅ ବାହାଘର ପାଇଁ ଜମି ବିକ୍ରିକରି ରଖିଥିବା ନଗଦ ତିରିଶ ଲକ୍ଷ ଟଙ୍କା ଓ ପଚାଶ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *