ମାଟ୍ରିକ ଓ ଯୁକ୍ତ ଦୁଇ ବିଜ୍ଞାନ ଉତ୍ତୀର୍ଣ୍ଣ ପ୍ରତିଭାଙ୍କୁ  ସମ୍ବର୍ଦ୍ଧିତ କଲା ସ୍ୱାମୀଜୀ ଯୁବକ ସଂଘ ପରିବାର ।

କଟକ, ୦୩/୬/୨୦୨୪ (ଓଡ଼ିଶା ସମାଚାର)  କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଙ୍ଗଠନ ସ୍ୱାମୀଜୀ ଯୁବକ ସଂଘର ପ୍ରତିଷ୍ଠାତା ସାହିତ୍ୟିକ ଇଂ.ବିରଞ୍ଚି ନାରାୟଣ ଭୂୟାଁଙ୍କ ପ୍ରସ୍ତାବ କ୍ରମେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ୪୨ ମୌଜା ଅଞ୍ଚଳରେ  ରାଉତରାପୁର ଗ୍ରାମର ତନଲିଜା ମିର୍ଜା,ବହଳପଡ଼ା ଗ୍ରାମର ଶୀଳିତ ଜେନା ଉଭୟେ ୫୪୦ ନମ୍ବର  ଯୁଗ୍ମ ପ୍ରଥମ ହୋଇଥିବା ବେଳେ ପଟଣା ଗ୍ରାମର ପୀତିଲିପ୍ସା ଦାସ ୫୨୯ ନମ୍ବର ରଖି ଦ୍ଵିତୀୟ ଓ ଦଧିନାମନପୁର ମହାପାତ୍ର ସାହିର ଶୁଭଶ୍ରୀ ମହାପାତ୍ର ୫୨୨ ନମ୍ୱର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି କନ୍ଦର୍ପୁର ଅଞ୍ଚଳର ଫକୀରପଡ଼ା ଗ୍ରାମର ସୁଚିତ୍ରା ଶତପଥୀ ଓ ବିରିବାଟିର କ୍ରିଷ୍ଣା ରାଉତ ଉଭୟ ୫୫୨ ନମ୍ବର ରଖି ଯୁଗ୍ମ ପ୍ରଥମ ବେଳେ ଦେଓଧାରୀର ଶ୍ରଦ୍ଧା ସୁମନ ଓତା ତୃତୀୟ ସ୍ଥାନ ଏବଂ ବରାଳ ଗ୍ରାମର ଶ୍ୱତା ରାଉତ ଯୁକ୍ତ ଦୁଇ ବିଜ୍ଞାନରେ ୪୨ ମୌଜା ଟପ୍ପର ହୋଇଛନ୍ତି । ସଂଘ ପକ୍ଷରୁ ସଂପାଦକ ଇଂ.ସୁରଜ ବେହେରା,କୋଷାଧ୍ୟକ୍ଷ ଇଂ.ଦେବୀ ପ୍ରସାଦ ରାଉତରାୟ, ଉପ ସଭାପତି ମଦନ ମୋହନ ରାଉତ,ମୁଖ୍ୟ ପରିଚାଳକ  ସୂର୍ୟ୍ୟ ନାରାୟଣ ଭୂୟାଁ ପ୍ରମୁଖ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି,ପୁଷ୍ପ ଗୁଚ୍ଛ, ଉତ୍ତରୀୟ ଓ ମିଷ୍ଟାନ୍ନ ଦେଇ ସମ୍ବର୍ଦ୍ଧିତ କରିବା ସହ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *