ବିଦୁ୍ୟତ୍ ଉପଭୋକ୍ତାଙ୍କ ପାଇଁ ଆଶ୍ୱସ୍ତି – ବିଦୁ୍ୟତ୍ ଦର ଅପରିବର୍ତିତ ରହିବ

୨ କିଲୋ ୱାଟ୍ ପର୍ଯ୍ୟନ୍ତ ମିଟର ରେଣ୍ଟ ଛାଡ
ଡିଜିଟାଲ ପେମେଣ୍ଟ ରେ ୪ ପ୍ରତିଶତ ରିହାତି
ବଢ଼ିବନି ବିଦୁ୍ୟତ୍ ଦର: ଓଇଆରସି
ଭୁବନେଶ୍ୱର,୨୪/୦୩/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ବିଦୁ୍ୟତ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ( ଓଇଆରସି) । ଚଳିତ ବର୍ଷ ବିଦୁ୍ୟତ୍ ଦର ଅପରିବର୍ତିତ ରହିବ । ଏଥିସହ ୨ କିଲୋ ୱାଟ୍ ପର୍ଯ୍ୟନ୍ତ ମିଟର ଭଡ଼ା ଦେବାକୁ ପଡିବନି । ସେହିପରି ୨ କିଲୋ ୱାଟ୍ ଯାଏ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ ହୋଇଛି । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ସୋମବାର ରାଜ୍ୟର ବିଦ୍ୟୁତ୍ ଗ୍ରାହକମାନଙ୍କୁ ଆର୍ଥôକ ଆଶ୍ୱସ୍ତି ପ୍ରଦାନ କରିବା ଉଦ୍ଧେଶ୍ୟରେ ଅନେକ ଗ୍ରାହକ ଅନୁକୂଳ ପଦକ୍ଷେପ ଘୋଷଣା କରିଛି । ଘୋଷଣା ଅନୁଯାୟୀ, ୨ କିଲୋୱାଟ ପର୍ଯ୍ୟନ୍ତ ସଂଯୁକ୍ତ ଲୋଡ୍ ସହିତ ସ୍ମାର୍ଟ ମିଟର ବ୍ୟବହାର କରୁଥିବା ଉପଭୋକ୍ତାମାନେ ଏବେ ମାସିକ ମିଟର ଭଡା ଦେବାରୁ ମୁକ୍ତ ହେବେ ।

ଏହି ପଦକ୍ଷେପ ଦ୍ୱାରା ବହୁ ସଂଖ୍ୟକ ଘରୋଇ ଉପଭୋକ୍ତା ଉପକୃତ ହେବେ । ଯାହା ସେମାନଙ୍କର ସାମଗ୍ରିକ ବିଦୁ୍ୟତ୍ ଖର୍ଚ୍ଚ ହ୍ରାସ କରିବ ବୋଲି ଆଶା କରାଯାଉଛି । ତେବେ ୨ କିଲୋୱାଟ୍ ଟପିଲେ ମିଟର ରେଣ୍ଟ ଚାର୍ଜ ଦେବାକୁ ପଡ଼ିବ । ଏହା ସହିତ, ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ, ଡିଜିଟାଲ ପେମେଣ୍ଟ ପଦ୍ଧତି ମାଧ୍ୟମରେ ପୈଠ କରାଯାଇଥିବା ବିଦୁ୍ୟତ୍ ବିଲ୍ ଉପରେ ୪ପ୍ରତିଶତ ରିହାତି ଜାରି ରହିବ । ଏହା ବ୍ୟତୀତ, ଗ୍ରାହକମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେବା ପାଇଁ, ଓଇଆରସି ଆଗାମୀ ଆର୍ଥôକ ବର୍ଷ ପାଇଁ ବିଦୁ୍ୟତ ଶୁଳ୍କ ବୃଦ୍ଧି ନ କରିବାକୁ ନିଷ୍ପତିି ନେଇଛି ।

ଗ୍ରାହକ ଆଶା କରୁଥିଲେ ବିଜୁଳି ଦର କମିବ, ହେଲେ ଦର କମାଇନାହିଁ ଓଇଆରସି । ବରଂ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିଜୁଳି ଦର ଅପରିବର୍ତ୍ତିତ ରହିଛି । ରାଜ୍ୟ ସରକାର ୬ ଶହ କୋଟିର ପ୍ୟାକେଜ ଦେବା ପରେ ବିଜୁଳି ଦର ବଢିନାହିଁ । ଶକ୍ତି ସମୀକ୍ଷକ କହିଛନ୍ତି, ବିଜୁଳି ବଳକା ରାଜ୍ୟରେ ଏବେ ବି ଅଧିକ ରହୁଛି ବିଲ୍ । ଏବେ ନଜର ପକାନ୍ତୁ କଣ ରହିଛି ବର୍ତ୍ତମାନର ବିଜୁଳି ଦର।

ବିଜୁଳି ଦର : ମାସିକ ୫୦ ୟୁନିଟ୍ ଯାଏଁ- ୨ଟଙ୍କା ୯୦ ପଇସା , ୫୦ରୁ ୨୦୦ ୟୁନିଟ୍- ୪ଟଙ୍କା ୭୦ ପଇସା ,୨୦୦ରୁ ୪୦୦ ୟୁନିଟ୍- ୫ଟଙ୍କା ୭୦ ପଇସା , ୪୦୦ ୟୁନିଟ୍ରୁ ଅଧିକ- ୬ଟଙ୍କା ୧୦ ପଇସା ହିସାବରେ ବିଜୁଳି ବିଲ୍ ଦେବାକୁ ପଡ଼ିବ । ଏହାବାଦ ଅତିରିକ୍ତ ରିହାତି ଘୋଷଣା କରିଛି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ । ରିହାତି ବ୍ୟବସ୍ଥା : ଇ-ବିଲ୍ ବ୍ୟବସ୍ଥା ଆପଣାଇଲେ ବିଲ୍ ପିଛା ୧୦ ଟଙ୍କା ରିହାତି , ପ୍ରି-ପେଡ୍ ମିଟର ଲଗାଇଥିବା ଉପଭୋକ୍ତାଙ୍କୁ ୪% ରିହାତି , ଡିଜିଟାଲ ପେମେଣ୍ଟ କରୁଥିବା ଗ୍ରାହକଙ୍କୁ ୪% ରିହାତି ବଳବତ୍ତର ।

Leave a Reply

Your email address will not be published. Required fields are marked *