ସହଯୋଗର ହାତ ବଢାଇଲା ଟ୍ରଷ୍ଟ

କେନ୍ଦ୍ରାପଡ଼ା, ୦୮/୦୫/୨୦୨୪ (ଓଡ଼ିଶା ସମାଚାର)-ରାଜ୍ୟର ଜଣାଶୁଣା ସ୍ୱେଛାସେବୀ ଦାତବ୍ୟ ଅନୁଷ୍ଠାନ ‘ବା‚ାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ’ ସର୍ବଦା ଜିଲାର ଗରିବ, ଅବହେଳିତ ଲୋକଙ୍କ ପାଖରେ ପହଂଚି ସହଯୋଗର ହାତ ଢାଇଥାଏ । ଆକସ୍ମିକ ଅଗ୍ନିକାଣ୍ଡରେ ଘର ପୋଡି ଯାଇଥିବା ଓ ଦୂରାରୋଗ୍ୟ ବ୍ୟାଧିରେ ପିଡିତ ଅସହାୟ ବ୍ୟକ୍ତିବିଶେଷମାନଙ୍କୁ ଟ୍ରଷ୍ଟ ସହାୟତା ପ୍ରଦାନ କରିଥାଏ । ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଡ. ଦେବେନ୍ଦ୍ର କୁମାର ଦାସଙ୍କ ପ୍ରସ୍ତାବ କ୍ରମେ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ଜିଲାର ମହାକାଳପଡା ବ୍ଲକ ଅଧିନ ପାଟଳିପଙ୍କର ଅଗ୍ନିବିପନ୍ନ ଜୟରାମ ସାହୁ, ଦାନପୁର ପଂଚାୟତର କେଶରପୁରଗ୍ରାମର ପକ୍ଷାଘାତ ରୋଗୀ ରବି ମହାନ୍ତି, ଓ କେନ୍ଦ୍ରାପଡା ସହରର ଇଛାପୁରସ୍ଥିତ ଅଗ୍ନିବିପନ୍ନ ରାଜକିଶୋର ଜେନାଙ୍କ ପାଖରେ ପହଂଚି ତୁରନ୍ତ ସେମାନଙ୍କୁ ସହୟତା ପ୍ରଦାନ କରାଯାଇଛି ।  ଏହି କାର୍ଯ୍ୟକୁ ଟ୍ରଷ୍ଟର ସଂଯୋଜକ ତଥା ଜିଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ସମାଜସେବୀ ନଳିନୀ ବିହାରୀ ମହାନ୍ତି ଓ ବରିଷ୍ଠ ଆଇନଜୀବୀ ଧରଣୀଧର ସୁଆର ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *