ଭୁବନ ହାଇସ୍କୁଲ ୧୯୭୫ ମାଟ୍ରିକ ବ୍ୟାଚର ସ୍ୱର୍ଣ୍ଣ ଜୟନ୍ତୀ ବନ୍ଧୁ ମିଳନ 

ଭୁବନ, ୨୩/୦୩/୨୦୨୫ (ଓଡ଼ିଶା ସମାଚାର)-   ଭୁବନ ଉଚ୍ଚ ବିଦ୍ୟାଳୟ ୧୯୭୫ ମାଟ୍ରିକ ବ୍ୟାଚ ର ୫୦ ତମ (ସ୍ୱର୍ଣ୍ଣ ଜୟନ୍ତୀ) ସପରିବାର ବନ୍ଧୁ ମିଳନ ଓ ଗୁରୁ ପୂଜନ କାର୍ଯ୍ୟକ୍ରମ ବୁଦ୍ଧେଶ୍ଵର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଜ କିଶୋର ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ବ୍ରହ୍ମାନନ୍ଦ ସାହୁ ସ୍ଵାଗତ ଭାଷଣ ଦେଇ ସମସ୍ତ ସାଥି ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ।

ମୁଖ୍ୟ ଅତିଥି ଭାବେ ଭୁବନ ଉଚ୍ଚ ବିଦ୍ୟାଳୟ ର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଚୈତନ୍ୟ ମିଶ୍ର ଯୋଗଦେଇ ବର୍ତ୍ତମାନ ସମସ୍ତଙ୍କ ର ଅବସର ଜୀବନ । ଏହି ସମୟ ସ୍ବାମୀ ସ୍ତ୍ରୀ,ପୁଅ ,ଝିଅ,ନାତି,ନାତୁଣୀ ଙ୍କ ଗହଣରେ ବିତାଇବା କଥା । କିନ୍ତୁ ଆଜିକାଲି ପ୍ରତ୍ୟେକ ପରିବାରରେ କେବଳ ସ୍ବାମୀ ସ୍ତ୍ରୀ ଙ୍କ ବ୍ୟତୀତ ଆଉ ସମସ୍ତେ ବାହାରେ ରହୁଛନ୍ତି । କେବଳ ସ୍ବାମୀ ସ୍ତ୍ରୀ ଘର ଜଗୁଛନ୍ତି ।ତେଣୁ ଉଭୟ ଙ୍କ ମଧ୍ୟରେ ସୁସମ୍ପର୍କ ଓ ସକାରାତ୍ମକ ଚିନ୍ତାଧାରା ରହିଲେ ଅବଶିଷ୍ଟ ଜୀବନ ହସ ଖୁସିରେ କଟିବ ବୋଲି ମତବ୍ୟକ୍ତ କରିଥିଲେ। ଶିକ୍ଷକ ଶ୍ରୀଯୁକ୍ତ ମିଶ୍ର ଙ୍କୁ ପୁଷ୍ପଗୁଛ,ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସୁନିଲ କୁମାର ମଣ୍ଡଳ,ନୀଳମଣି ସାହୁ,ଗଣେଶ୍ୱର ରାଉତ,ରମେଶ ଚନ୍ଦ୍ର ପରିଡା,ଗୋକୁଳ ଚନ୍ଦ୍ର ସାହୁ, ଈଶ୍ୱର ଚନ୍ଦ୍ର ଅଗ୍ରୱାଲ,ପ୍ରଦୀପ୍ତ କୁମାର ବିଶ୍ବାଳ, ଆମ୍ବୁଜ କୁମାର ଚିନରା ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ। ପ୍ରାରମ୍ଭ ରେ ସମସ୍ତ ସାଥି ମାନେ ବାବା ବୁଦ୍ଧେଶ୍ଵର ଙ୍କୁ ଦର୍ଶନ କରି ଆଶିଷଲାଭ କରିଥିଲେ ଓ ସମସ୍ତ ଙ୍କୁ ଉତ୍ତରୀୟ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ କୁ ବ୍ରହ୍ମାନନ୍ଦ ସାହୁ ,ବେଣୁଧର ଗୁରୁ ପରିଚାଳନା କରିଥିବା ବେଳେ ଗଦାଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *