ସହିଦ୍ ବାଜି ରାଉତ ଙ୍କ ଜନ୍ମ ଶତବାର୍ଷିକ ଉପଲକ୍ଷେ “ସଂଗ୍ରାମୀ ବନ୍ଦନା ଯାତ୍ରା”

ଭୁବନ,୧୬/୧୨/୨୦୨୪ (ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲାର ଗର୍ବ ଗୌରବ ତଥା ବିଶ୍ବର ସର୍ବ କନିଷ୍ଠ ସହିଦ୍ ବାଜି ରାଉତ ଙ୍କ ଜନ୍ମ ଶତବାର୍ଷିକ ଉପଲକ୍ଷେ ଏବିଭିପି ଓଡ଼ିଶା ପ୍ରଦେଶ ଆନୁକୂଲ୍ୟରେ “ସଂଗ୍ରାମୀ ବନ୍ଦନା ଯାତ୍ରା” ଅନୁଷ୍ଠିତ ହୋଇଯାଇଛି  । ଯାତ୍ରା ସଂଯୋଜକ ଅରୂପ ପଟ୍ଟନାୟକ ଙ୍କ ନେତୃତ୍ୱ ଓ ଏବିଭିପି ପୂର୍ବତନ ରାଜ୍ୟ ସଭାପତି ଅଧ୍ୟାପକ ଦିଲ୍ଲୀପ ଦାସ ଙ୍କ ସହଯୋଗରେ ସହିଦ ଙ୍କ ଗ୍ରାମ ନିଳକଣ୍ଠପୁର ସ୍ଥିତ ସହିଦ୍ ସ୍ମୃତି ପୀଠରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା । କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ଜେନା,ଆର ଏସ ଏସ ସହ ବ୍ୟବସ୍ଥା ପ୍ରମୁଖ ଦେବବ୍ରତ ପୃଷ୍ଟି,ଜିଲ୍ଲା ସହ ପ୍ରମୁଖ ଲଳିତ ବେହେରା,ନିରଞ୍ଜନ ଗୁରୁ, କମଳ ଲୋଚନ ମହାରଣା, ଲିଟୁ ଦେହୁରୀ,ସାମ୍ବାଦିକ ମଧୁପ ରଞ୍ଜନ ନନ୍ଦ ପ୍ରମୁଖ ଉପସ୍ଥିତ ରହି ଯାତ୍ରା ର ଲକ୍ଷ୍ୟ,ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଯାତ୍ରା ଢେଙ୍କାନାଳ ରୁ ବାହାରି ଅନୁଗୁଳ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା ,ପୁରୀ ଦେଇ ୨୬ ତାରିଖ  କଟକ ରେ ପହଞ୍ଚିବ । ଏହା ମାଧ୍ୟମରେ ସମସ୍ତ ସ୍କୁଲ,କଲେଜ ଛାତ୍ର ଛାତ୍ରୀ ମାନେ ସର୍ବ କନିଷ୍ଟ ସ୍ଵାଧୀନତା ସଂଗ୍ରାମୀ ସହିଦ ବାଜି ରାଉତ ଙ୍କ ଦେଶପ୍ରେମ  ବଳିଦାନ ଓ ପ୍ରଜା ଆନ୍ଦୋଳନ ସମ୍ପର୍କରେ ଅବଗତ ହୋଇପାରିବେ ବୋଲି ଢେଙ୍କାନାଳ ବିଭାଗ ସଂଯୋଜକ ଅରୂପ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ। ଏହି ଯାତ୍ରାରେ ବିର୍ସା ମୁଣ୍ଡା ଓ ରାଣୀ ଅହଲ୍ୟ।ବାଇ ହୋଲକର ଙ୍କ ପୂର୍ଣ୍ଣ ଫଟୋ ଚିତ୍ର ସହ ବାଜି ରାଉତ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି ।ବନ୍ଦନା ଯାତ୍ରା ନିଳକଣ୍ଠପୁର ରୁ ବାହାରି ଭୁବନ ବସଷ୍ଟାଣ୍ଡ , କାଳୀ ବଜାର ଦେଇ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ,ମହିଳା ମହାବିଦ୍ୟାଳୟ ଓ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ପହଞ୍ଚିଥିଲା । ଛାତ୍ର ଛାତ୍ରୀ ମାନେ ଯାତ୍ରାକୁ ଭବ୍ୟ ସ୍ଵାଗତ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *