ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ନବଗତଙ୍କୁ ସ୍ୱାଗତ ଓ ଗ୍ରାଜୁଏସନ ଦିବସ ପାଳିତ

ରାଉରକେଲା,୨୧/୦୩/୨୦୨୫ (ଓଡ଼ିଶା ସମାଚାର/ ସସ୍ମିତା ପ୍ରଧାନ)- ସ୍ଥାନୀୟ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ କୁନି କୁନି ପିଲା ମାନଙ୍କର ସ୍ବାଗତ  ଓ ଗ୍ରାଜୁଏସନ  ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ, ଜ୍ଞାନଜ୍ୟୋତି ଚାରିଟେବଲ ଟ୍ରଷ୍ଟ ର ଚେୟାରପର୍ସନ ଡକ୍ଟର  ମିନାକ୍ଷୀ ଷଡ଼ଙ୍ଗୀ ଯୋଗ ଦେଇଥିଲେ । ମିଡ଼ିଆ  କ୍ଲବର ସାଧାରଣ ସମ୍ପାଦକ ତଥା ଉତ୍କଳ ମେଲ ର ପରିଚାଳନା ସମ୍ପାଦକ ଶ୍ରୀବିବେକାନନ୍ଦ ଦାସ,  ସମ୍ମାନନୀୟ ଅଥିତି ଭାବେ ଯୋଗ ଦେଇଥିଲେ ।

ସ୍କୁଲର ଅଧ୍ୟକ୍ଷ  ଶ୍ରୀ ଜଳଧର ମହାପାତ୍ର ଅଥିତି ମାନଙ୍କୁ ସ୍ବାଗତ କରିଥିଲେ. ଓ ପିଲା ମାନଙ୍କୁ ସ୍କୁଲରେ ଉତ୍ତମ ଶିକ୍ଷା ପ୍ରଦାନ କରିବା ସାଙ୍ଗେ ଅନେକ ନୈତିକ ଶିକ୍ଷା ଯୋଗାଇ ଦିଆଯାଉଛି ।

ସଭା କାର୍ୟ୍ୟ କୁ  ସ୍ଵର୍ଣ୍ଣଲତା ସାମଲ ପରିଚାଳନା କରିଥିଲେ ଓ ପିଲାମାନେ ରଙ୍ଗାରଙ୍ଗ  ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ । ମୁଖ୍ୟ ଅତିଥି ଓ ସମାନୀୟ ଅତିଥି ପିଲାଙ୍କୁ ମାନପତ୍ର ବିତରଣ କରିଥିଲେ ।  ଭାଇସ ପ୍ରିନ୍ସିପାଲ ଲଲାଟେନ୍ଦୁ ମହାନ୍ତି ଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମକର୍ତା ମାନେ ଏଥିରେ ସହଯୋଗ କରିଥିଲେ । ଶେଷରେ  ଜଲି କରୱା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *