କୋରାପୁଟ ଏସ‌ଓଜିକୁ ସଫଳତା, ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

 କୋରାପୁଟ, ୨୮/୧୨/୨୦୨୩ (ଓଡ଼ିଶା ସମାଚାର)-ଏସଓଜି ଯବାନ ମାନେ ଗତକାଲି ସର୍ଚ୍ଚ ଅପରେସନ କରୁଥିବା ସମୟରେ ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ହୋଇଥିବା ମାଓ ସାମଗ୍ରୀ ଓ ବିସ୍ପୋରକ ଜବତ କରି ସଫଳତା ପାଇଥିବା ଜଣାପଡିଛି।କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଓଡ଼ିଶା ଆନ୍ଧ୍ର ସୀମାନ୍ତ କୋଡାପୁଟ ଓ ଗୁମୁଡାପୁଟ ଜଙ୍ଗଲରେ ମାଟିତଳୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ପୋରକ ଜବତ କରିଥିଲେ । ଜବତ ସାମଗ୍ରୀରେ ଗୋଟିଏ ପିସ୍ତଲ,୧୪ ଟି ଜୀବନ୍ତ ଗୁଳି,୨ଟି ଖାଲି ଗୁଳିର ଖୋଳ, ୭ କିଲୋର ୮ ଟି ଟିଫିନ ବୋମା,୩ କିଲୋର ୯ ଟି ଟିଫିନ ବୋମା ,୫୦ ମିଟର ତାର, ଦୁଇଟି ଡେଟୋନେଟର , ଗୋଟିଏ ଷ୍ଟିଲ ହାଣ୍ଡି ରହିଥିବା କୋରାପୁଟ ଏସପି ଅଭିନବ ସୋନକାର ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି।ଏହା ଆନ୍ଧ୍ର ଓଡ଼ିଶା ସ୍ଵତନ୍ତ୍ର ଜୋନାଲ କମିଟି ପକ୍ଷରୁ ଗଚ୍ଛିତ ରଖାଯାଇଥିବା ପୋଲିସ ସନ୍ଦେହ କରୁଛି। ମାଓ ସାମଗ୍ରୀ ଓ ବିସ୍ପୋରକ ଜବତ ହେବା ପରେ  ଯୋଜନା  ଜଙ୍ଗଲରେ  କୁମ୍ବିଂ ଓ ସର୍ଚ୍ଚ ଅପରେସନ ଜାରି ରହିବ ବୋଲି କୋରାପୁଟ ଏସପି  ଶ୍ରୀ ସୋନକାର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *