ପାତାଳୀ ନଦୀରେ ଡଙ୍ଗାବୁଡି , ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର, ୪ନିଖୋଜ

କୋରାପୁଟ , ୨୮/୧୨/୨୦୨୩ (ଓଡ଼ିଶା ସମାଚାର)- କୋରାପୁଟ ଜିଲା ନନ୍ଦପୁର ବ୍ଲକ କୁଲାରସିଂ ପଞ୍ଚାୟତର ତାନସିଂ ଗ୍ରାମର ୩ ମହିଳା ଏବଂ ଦୁଇ ନାବାଳିକା ୫ ଜଣ ଏକ ଦେଶୀ ଡଙ୍ଗାରେ ବାଡେଲ ଗ୍ରାମକୁ ଏକ ବାହାଘରରେ ଯୋଗ ଦେବାକୁ ଯାଇଥିଲେ। ନିଜ ଗାଁ କୁ ଫେରିବା ସମୟରେ ଡଙ୍ଗାଟି ପାତାଳୀ ନଦୀରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ସମସ୍ତ ୫ ଜଣ ନିଖୋଜ ହୋଇଯାଇଥିଲେ। ନଦୀରେ ଭାସୁଥିବା ଜଣେ ମହିଳା ଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ୨ ଜଣ ମହିଳା ଓ ୨ ଜଣ ନାବାଳିକା ନିଖୋଜ ଥିବା ନନ୍ଦପୁର ଉପଖଣ୍ଡ ପୋଲିସ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଲାଲମଣି ସୀସା (୫୦), ଶଶିରେଖା ଆର୍ଲାବ(୩୫), ନବିନା ଆର୍ଲାବ(୧୪), ପୁଷ୍ପାଞ୍ଜଳି ଆରଲାବ(୫) ଓ କ୍ରାନ୍ତି ସିସା(୮) ନିଖୋଜ ଅଛନ୍ତି । ଏକ ଦେଶୀ ଡଙ୍ଗାରେ ନିଜ ଗ୍ରାମକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ନନ୍ଦପୁର ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *