ଭୁବନେଶ୍ୱର,୦୩/୧୦/୨୦୨୬ (ଓଡ଼ିଶା ସମାଚାର)-୭୫ତମ ଆନ୍ତର୍ଜାତିକ ବଧିର ଦିବସ ଓଡ଼ିଶା ବଧିର ସଂଘ ଦ୍ୱାରା ନର୍ସରୀ ବଧିର ବିଦ୍ୟାଳୟ ପରିସର ଭିତରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ସମ୍ମାନନୀୟ ରଜନୀକାନ୍ତ ପରିଡ଼ା, ସମ୍ମାନୀୟ ଅତିଥି ଭୁବନେଶ୍ୱର ଚୌଧୁରୀ, ସମ୍ମାନୀୟ ଅତିଥି ମମତା ପାଟ୍ଟଶାଣୀ, ଅନସୂୟା ପ୍ରଧାନ, ଓଡ଼ିଶା ବଧିର ସଂଘର ମୁଖ୍ୟ ପ୍ରତିଷ୍ଠାତା ଓ କାର୍ଯ୍ୟକାରୀ ବିଜୟ କୁମାର ପରିଡ଼ା ଓ ସମ୍ପାଦକ ନବନାରାୟଣ ବହିରଦାସ, ଯୁଗ୍ମ ସମ୍ପାଦକ ଯୋଗେଶ ବହିରଦାସ, କୋଷାଧ୍ୟକ୍ଷ ଋତୁନନ୍ଦ, ଜୟପ୍ରଜା ମହାପାତ୍ର, ବୈଜୟନ୍ତ ବେହେରା, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚ୍ଚନା ରାୟ, ଅନୁସୂୟା ରାଉତରାଏ, ମଧୁସ୍ମିତା ସାମଲ ଉପସ୍ଥିତ ଥିଲେ । ବଧିର ଦିବସ ଉପଲକ୍ଷେ ବିଦ୍ୟାଳୟରେ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା ।
ଏଥିରେ ଚିତ୍ରକଳା ଶିକ୍ଷକ ତପନ ନାୟକ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରକଳା ପ୍ରତିଯୋଗିତା କରାଇଥିଲେ ଏବଂ ଖେଳ ଶିକ୍ଷକ ଶରତ ଚନ୍ଦ୍ର ମଲ୍ଲିକ କ୍ରୀଡ଼ା ପ୍ରତିଯୋଗିତା କରାଇଥିଲେ । ମୁଖ୍ୟ ଅତିଥି କହିଥିଲେ, ଆଜିର ସମାଜରେ ବଧିର ଓ ଶ୍ରବଣ ବାଧିତ ପିଲାମାନଙ୍କର ଶିକ୍ଷା ସହିତ ସ୍କିଲ୍ ବା ଆଇଟିଆଇ ଶିକ୍ଷା ଆବଶ୍ୟକତା ଅଛି । ସରକାର ଏହି ଦିଗରେ ଦୃଷ୍ଟି ଦେଲେ ପିଲାମାନଙ୍କ ଥଇଥାନ ହୋଇପାରନ୍ତା । ସଂଘକୁ ସୁଦୃଢ କରି ସଠିକ୍ ଭାବରେ ଉପସ୍ଥାପନ କରିବା ପାଇଁ କାର୍ଯ୍ୟକର୍ତା ଅନୁରୋଧ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି, ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ସମସ୍ତ ଅତିଥିମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ବଧିର ଛାତ୍ରଛାତ୍ରୀମାନେ ସମାଜରେ ସାମିଲ ହେଲେ ଆଗକୁ ଯାଇପାରିବ । ଏଥିରେ ସୁକାନ୍ତି ଦାସ, ଚିରଞ୍ଜୀବ, ସତ୍ୟଜିତ, ପ୍ରଭାତ ମହାପାତ୍ର, ପ୍ରକାଶ ରାଉତ, ପାଣ୍ଡା ବେହେରା, ଦୁର୍ଯେ୍ୟାଧନ ରାଉତ ଏବଂ ପୂର୍ବତନ ଛାତ୍ରମାନେ ଉପସ୍ଥିତ ଥିଲେ । ସମସ୍ତ ଅତିଥିମାନଙ୍କୁ ଉତରୀୟ ଦେଇ ସମ୍ମାନିତ କରାଯାଇଥିଲା । ବିଜୟ କୁମାର ପରିଡ଼ା ସଭା ପରିଚାଳନା କରିଥିଲେ । ସଭା ଶେଷରେ ପ୍ରମୋଦ କୁମାର ମହାପାତ୍ର, ଶିକ୍ଷକ ଓ ସାେଙ୍କତିକ ଭାଷଣ ଅନୁବାଦନ ଅର୍ପଣ କରିଥିଲେ । ଶେଷରେ ଖାଦ୍ୟ ଗ୍ରହଣ କରି ସଭା ସାଙ୍ଗ କରାଯାଇଥିଲା ।
