ଭୁବନେଶ୍ୱର,୧୭/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଜଣେ ବିଶିଷ୍ଟ ରାଜନେତା, ଦୃଢ ସଂଗଠକ ତଥା ରାଜନୀତିର ଉଜ୍ଜ୍ବଳମୟୀ ତାରକା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ଵର୍ଗତ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ।
ଲୋକଙ୍କ ସ୍ବାସ୍ଥ୍ୟର ସୁରକ୍ଷାକୁ ପ୍ରାଥମିକତା ଦେଇ ଡ଼ାକ୍ତରୀ ବୃତ୍ତିକୁ ଗ୍ରହଣ କରିଥିଲେ ସ୍ଵର୍ଗତ ଡକ୍ଟର ଦେବେନ୍ଦ୍ର ପ୍ରଧାନ । ପରେ ପରେ ଜନତାଙ୍କ ସେବା କରିବା ଉଦ୍ଦେଶ୍ୟରେ ରାଜ୍ୟ ରାଜନୀତିରେ ଯୋଗ ଦେଇଥିଲେ ଓ ଦୁଇ ଦୁଇ ଥର ଅଟଳ ବିହାରୀ ବାଜପେୟୀଙ୍କ ଶାସନରେ କେନ୍ଦ୍ର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ତାଙ୍କ ଭଳି ଜଣେ ପ୍ରଭାବଶାଳୀ ରାଜନେତାଙ୍କ ବିୟୋଗ ରାଜ୍ୟ ରାଜନୀତି ପାଇଁ ଅପୂରଣୀୟ କ୍ଷତି ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।
ସ୍ଵର୍ଗତ ପ୍ରଧାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।