ପୂଜ୍ୟପୂଜା ଓ ସମାଜସେବାର ମହାନ କାଣ୍ଡାରୀ ଥିଲେ ଉମାରାଣୀ ଶତପଥୀ

ଭୁବନେଶ୍ୱର,୧୦/୦୭/୨୦୨୫ (ଓଡ଼ିଶା ସମାଚାର)-ସାପ୍ତାହିକ ସମ୍ବାଦପତ୍ର ସୁବାର୍ତ୍ତା, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତଥା ଓଡିଶା ନାଗରିକ ମହାମଞ୍ଚ ମିଳିତ ସାଂସ୍କୃତିକ ସଂଗଠନ ପକ୍ଷରୁ ବିଶିଷ୍ଟ ସମାଜସେବୀକା, ଲୋକକଳା, ଲୋକସଂଗୀତ, ଢଗଢମାଳିକୁ ଘରେ ଘରେ ପହଞ୍ଚାଇବାର ନିଆରା ପ୍ରୟାସ କରି ଆସୁଥିବା ବ୍ୟକ୍ତିତ୍ୱ ତଥା ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ପ୍ରଦ୍ୟୁମ୍ନ ଶତପଥୀଙ୍କ ମାତୃଦେବ ସ୍ବର୍ଗତ ଉମାରାଣୀ ଶତପଥୀଙ୍କ ସ୍ମୃତି ଚାରଣ ସହିତ ଭଜନ କାର୍ଯ୍ୟକ୍ରମ ସ୍ଥାନୀୟ ୟୁନିଟ ୯ ସ୍ଥିତ ବୁଦ୍ଧ ମନ୍ଦିର ନୂତନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି

ପ୍ରାରମ୍ଭରେ ଗୀତାମଞ୍ଜରୀ ବେହେରାଙ୍କ ସଂଯୋଜନାରେ ଭଜନ ପରିବେଷଣ କରାଯାଇଥିଲା । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଅତିଥିରୂପେ ଓ ସ୍ମୃତି ଚାରଣ ପୂର୍ବକ ସ୍ୱାମୀ ବ୍ରହ୍ମହା ନନ୍ଦ ସରସ୍ବତୀ,ଇଷ୍ଟର୍ନ ମିଡ଼ିଆ ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ସୌମ୍ୟରଞ୍ଜନ ପଟନାୟକ, ପ୍ରାକ୍ତନ ମନ୍ତ୍ରୀ, ପ୍ରଫୁଲ୍ଲ ସାମଲ, ସୁରେଶ କୁମାର ରାଉତରାୟ, ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର,ସାହିତ୍ୟିକ ଦାସ ବେନହୁର , ପଦ୍ମଶ୍ରୀ ଡ଼ଃ ଦେବୀ ପ୍ରସନ୍ନ ପଟନାୟକ,ଏକାମ୍ର ବିଧାୟକ ବାବୁ ସିଂ ଭାଷାପ୍ରାଣ ବ୍ରଜବନ୍ଧୁ ପଣ୍ଡା, ସଜ୍ଜନ ଶର୍ମା,ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟନାୟକ, ଦିଲୀପ ହାଲି, ବିଜୟ ପ୍ରଧାନ, ଦେବୀ ପୃଷ୍ଟି, ଅମରେନ୍ଦ୍ର ମହାପାତ୍ର,ପ୍ରମୁଖ ଉପସ୍ଥିତ ରହିବା ସହ ବୋଉର ବିକଳ୍ପ ନାହିଁ, ତାହାଙ୍କ ଅବଦାନ ଅବର୍ଣ୍ଣନୀୟ ବୋଲି ମତବ୍ୟକ୍ତ କରିବା ସହ ତାଙ୍କ ପରି ଆଦର୍ଶ ମହିଳା ଆମ ସମାଜ ପାଇଁ ପ୍ରେରଣାର ଉତ୍ସ ବୋଲି ମତବ୍ୟକ୍ତ କରିଥିଲେ ।

ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବୁଦ୍ଧିଜିବି, ସାହିତ୍ୟିକ, ସମାଜସେବୀ ପୂଜ୍ୟପୂଜା ଓ ଭାଷା ପ୍ରାଣ ଉପସ୍ଥିତ ରହିବା ସହ ସ୍ମୃତି ଚାରଣ କରିଥିଲେ । କାର୍ଯ୍ୟକ୍ରମ କୁ ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ସମାଜସେବୀ ସୀତାଂଶୁ ଶେଖର ମହାରଣା,ସଂଯୋଜକ ବାପୁ ଓଝା  ପରିଚାଳନା କରିଥିଲେ ବୋଲି ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି  ।

Leave a Reply

Your email address will not be published. Required fields are marked *