ଆଦର୍ଶ ଶିକ୍ଷକ ନିତ୍ୟାନନ୍ଦ ବିଶ୍ୱାଳଙ୍କ ସ୍ମୃତିସଭା

କେନ୍ଦ୍ରାପଡ଼ା, ୦୯/୦୩/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଳସିଂହା ଗ୍ରାମର ଗଣକବି ଗୋପାଳ ଦାଶ ସ୍ମୃତି ସଂସଦ ଆନୁକୂଲ୍ୟରେ ଆଦର୍ଶ ଶିକ୍ଷକ ନିତ୍ୟାନନ୍ଦ ବିଶ୍ୱାଳଙ୍କ ଏକ ସ୍ମୃତିସଭା ରବିବାର ଅନୁଷ୍ଠିତ ହୋଇଯାଇଛି । ସଭାପତି କେଶବ ଚନ୍ଦ୍ର ବିଶ୍ୱାଳଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତିସଭାରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଆଦର୍ଶ ଶିକ୍ଷକ ତଥା ଗଣକବି ଗୋପାଳ ଦାଶ ସ୍ମୃତି ସଂସଦର ଆଜୀବନ ସଭାପତି ସ୍ୱର୍ଗତ ବିଶ୍ୱାଳଙ୍କ ସ୍ମୃତିଚାରଣ କରିବା ସହ ଆମ ଅଂଚଳ ଜଣେ ନିଷ୍ଠାପର, ନିର୍ଭିକ, କର୍ତବ୍ୟନିଷ୍ଠ ଓ ଆଦର୍ଶ ଶିକ୍ଷକଙ୍କୁ ହରାଇଲା ବୋଲି ମତବ୍ୟକ୍ତ କରିଥିଲେ ।

ଏଥିସହିତ ତାଙ୍କ ସ୍ମୃତିରେ ଏକ ସ୍ମôରଣିକା ପ୍ରକାଶ କରିବାକୁ ଆୟୋଜକ ମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ସ୍ଥାନୀୟ ସରପଂଚ ଦେବେନ୍ଦ୍ର ପରିଡା ମୁଖ୍ୟଅତିଥି, ମନ୍ମଥନାଥ ବରାଳ ମୁଖ୍ୟବକ୍ତା, ଯୁବନେତା ଅଜିତ କୁମାର ମହାପାତ୍ର, ଅମର ପ୍ରସାଦ ରାଉତ, ଶିକ୍ଷାବିତ ସୁଶାନ୍ତ କୁମାର ପାଣି, ରବୀନ୍ଦ୍ରନାଥ ମିଶ୍ର, ପଦ୍ମନାଭ ଦାଶ, ଚତୁର୍ଭୁଜ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ବିଶ୍ୱାଳଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଏଥିସହ ତାଙ୍କ ଦ୍ୱାରା ସ୍ୱତନ୍ତ୍ର ପଳସିଂହା ଗ୍ରାମପଂଚାୟତ ଗଠନ, ଶିକ୍ଷା ବିକାଶ ନିମନ୍ତେ ମଧ୍ୟଇଂରାଜୀ ଓ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା, ପଶୁଚିକିତ୍ସାଳୟ ଓ ହୋମିଓପାଥି ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା, ବିଲୁପ୍ତ ପ୍ରାୟ ଗୋପାଳ ଦାଶଙ୍କ ଗୀତିନାଟ୍ୟକୁ ପୁର୍ନଜିବିତ କରି ଗଣକବି ଗୋପାଳ ଦାଶ ସ୍ମୃତି ସଂସଦ ଗଠନ ଓ ଗୀତିନାଟ୍ୟ ପରିବେଷଣ ଏବଂ ଗୋପାଳ ଦାଶ ଗ୍ରନ୍ଥାବଳୀ ପ୍ରକାଶନ ଭଳି ବହୁ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ସ୍ୱର୍ଗତ ବିଶ୍ୱାଳ ଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଣେଶ୍ୱର ଦାଶ, ପୁତ୍ର ମନୋଜ କୁମାର ବିଶ୍ୱାଳ, ପ୍ରହ୍ଲାଦ ରାଉତ, ଅଞ୍ଜନ କୁମାର ପୁହାଣ, ଭରତ ଚନ୍ଦ୍ର ମଲିକ, ଦୋଳଗୋବିନ୍ଦ ବେହେରା, ଲମ୍ବୋଦର ରାଉତ, କାଙ୍ଗାଳି ସାହୁ ଓ ପଣନାତି କାହ୍ନୁ ପ୍ରମୁଖ ଶତାଧିକ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ବିଶ୍ୱାଳଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *